କ'ଣ ଆଲିଆଙ୍କୁ ଇର୍ଷା କରୁଛନ୍ତି କ୍ରିତି ? କରଣଙ୍କ ପ୍ରଶ୍ନରେ ଏମିତି ରିଆକ୍ସନ ଦେଲେ ଅଭିନେତ୍ରୀ

Published By : Prameya-News7 Bureau | November 30, 2023 IST

ମୁମ୍ଵାଇ ୩୦।୧୧: ଚଳଚ୍ଚିତ୍ର ନିର୍ମାତା କରଣ ଜୋହର । ବର୍ତ୍ତମାନ ତାଙ୍କର ରିଅଲିଟି ଚାଟ୍ ଶୋ 'କଫି ୱିଥ୍ କରଣ ସିଜନ୍ -୮' ପାଇଁ ଚର୍ଚ୍ଚାରେ ଅଛନ୍ତି। ସେଥିମଧ୍ୟରୁ ୬ଟି ଏପିସୋଡ୍ ରିଲିଜ୍ ହୋଇଛି। ଶୋ’ରେ ଏପର୍ଯ୍ୟନ୍ତ ଅନେକ ବଡ ତାରକାଙ୍କୁ ଦେଖିବାକୁ ମିଳିଛି । ଏହି ସମୟରେ ଅଭିନେତ୍ରୀ କ୍ରିତି ସାନନଙ୍କ ଏକ ଭିଡିଓ ଦିନକୁ ଦିନ ଭାଇରାଲ ହେବାରେ ଲାଗିଛି। ଯାହା କରଣଙ୍କ ଗତ ସିଜିନରୁ ଅଭିନେତ୍ରୀ ଟାଇଗର ଶ୍ରଫଙ୍କ ସହ ନଜର ଆସିଥିଲେ।

wp:html /wp:html

ଏହି ସମୟରେ କରଣ କ୍ରିତିକୁ ଆଲିଆ ଭଟ୍ଟଙ୍କ ବିଷୟରେ ଏପରି କିଛି ପ୍ରଶ୍ନ ପଚାରିଥିଲେ ଯେ ଉତ୍ତର ଦେବା ପରେ ଅଭିନେତ୍ରୀ କଥାବାର୍ତ୍ତା ବନ୍ଦ କରିଦେଇଥିଲେ। ଶୋ’ରେ କରଣ କ୍ରିତିକୁ ପଚାରିଥିଲେ ଯେ ସେ ଆଲିଆ ଭଟ୍ଟଙ୍କ ପ୍ରତି ଇର୍ଷା କରୁଛନ୍ତି ନା ତାଙ୍କ ସଫଳତା। ଏହି ପ୍ରଶ୍ନର ଉତ୍ତରରେ କ୍ରିତି କିଛି କହିନଥିଲେ ଚୁପ୍‌ ହୋଇଯାଇଥିଲେ। ଏହାର ଭିଡିଓ ବର୍ତ୍ତମାନ  ଭିଡିଓ ଭାଇରାଲ ହେଉଛି।

wp:html
/wp:html

କହିବାକୁ ଗଲେ ଯେ ନିକଟରେ ଆଲିଆ ଭଟ୍ଟ ଏବଂ କ୍ରିତି ସାନନଙ୍କୁ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କରାଯାଇଥିଲା। ଗୋଟିଏ ପଟେ କ୍ରିତିଙ୍କୁ ତାଙ୍କ କମେଡି-ଡ୍ରାମା ଚଳଚ୍ଚିତ୍ର 'ମିମି' ପାଇଁ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ପ୍ରଦାନ କରାଯାଇଥିବାବେଳେ ଆଲିଆଙ୍କୁ 'ଗାଙ୍ଗୁବାଇ କାଠିଆୱାଡି' ପାଇଁ ଶ୍ରେଷ୍ଠ ଅଭିନେତ୍ରୀ ଭାବରେ ଜାତୀୟ ଚଳଚ୍ଚିତ୍ର ମିଳିଥିଲା। ଏହି ଦୁଇଟି ଚଳଚ୍ଚିତ୍ର ବକ୍ସ ଅଫିସରେ ଭଲ ପ୍ରଦର୍ଶନ କରି ଭଲ ରୋଜଗାର କରିଥିଲା ​​।

wp:embed {"url":"https://www.prameyanews7.com/rajasthan-anju-returned-to-india/","type":"wp-embed","providerNameSlug":"prameya-news-7"}
https://www.prameyanews7.com/rajasthan-anju-returned-to-india/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.