LIFESTYLE
suno sunao
Aao Nxt
LIFESTYLE_728X90_B
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ମୁହଁ ଖୋଲିଲେ କ୍ରିତି ସାନନ୍, ପ୍ରଭାସଙ୍କ ସହ ନିର୍ବନ୍ଧକୁ ନେଇ କହିଲେ ଏପରି କିଛି…

19/02/2023 at 11:57 AM

ମୁମ୍ବାଇ ୧୯।୦୨: ଚର୍ଚ୍ଚାରେ ପଡିଲା ଅବସାନ । ପ୍ରଭାସଙ୍କ ସହ ସମ୍ପର୍କକୁ ନେଇ ମୁହଁ ଖୋଲିଲେ କ୍ରିତି ସାନନ  । କ୍ରିତି କିଛି ଦିନ ପୂର୍ବରୁ ପ୍ରଭାସଙ୍କ ସହ ନିର୍ବନ୍ଧକୁ ନେଇ ଚର୍ଚ୍ଚାରେ ରହିଥିଲେ । ତେବେ, କ୍ରିତି ଏହି ସମ୍ପର୍କ ବିଷୟରେ କୌଣସି ପ୍ରତିକ୍ରିୟା ଦେଇନଥିଲେ । ବର୍ତ୍ତମାନ ସେ ଏହା ଉପରେ ନିଜର ମତ ଦେଇଛନ୍ତି । କ୍ରିତି କହିଛନ୍ତି, ‘ଜନସାଧାରଣ ଏସବୁ କଥା ମନେ ରଖନ୍ତି ନାହିଁ । ଏହା ଏବେ ଚର୍ଚ୍ଚାରେ ରହିଛି, କିନ୍ତୁ ଧିରେ ଧିରେ ଏହା ଶେଷ ହୋଇଯିବ ।’  

କ୍ରିତି ଆହୁରି ମଧ୍ୟ କହିଛନ୍ତି ଯେ ସେ ଏଭଳି ଖବରରେ ରିଆକ୍ଟ କରନ୍ତି ନାହିଁ । ଏପରି କରିବା ଦ୍ବାରା ସେମାନଙ୍କୁ ପ୍ରସୟ ମିଳିଥା ।  କିନ୍ତୁ ଯେତେବେଳେ ସେ ଅନୁଭବ କରନ୍ତି ଯେ ଏହି ଖବର ତାଙ୍କ ପରିବାରକୁ ପ୍ରଭାବିତ କରୁଛି କିମ୍ବା ହା ତାଙ୍କ ସମ୍ମାନ ଉପରେ ପ୍ରଭାବ ପକାଉଛି , ସେତେବେଳେ ସେ ସେମାନଙ୍କୁ ଜବାବ ଦିଅନ୍ତି । ଏହା ପରେ ମଧ୍ୟ ସେ କମରୁ ଅତି କମ ପ୍ରତିକ୍ରିୟା ରଖିଥାନ୍ତି ।

ତେବେ କ୍ରିତିଙ୍କ କ୍ୟାରିଅର ବିଷୟରେ କହିବାକୁ ଗଲେ, ସେ ଆଜିକାଲି କାର୍ତ୍ତିକ ଆର୍ଯ୍ୟନଙ୍କ ସହ ଶେହଜାଦା ଫିଲ୍ମରେ ନଜର ଆସୁଛନ୍ତି । ଆଗାମୀ ଦିନରେ ସେ ପ୍ରଭାସଙ୍କ ସହ ଆଦିପୁରୁଷରେ ମଧ୍ୟ ନଜର ଆସିବେ । ଓମ ରାଉତଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ସୈଫ୍ ଅଲ୍ଲୀ ଖାନ ଏବଂ ସନ୍ନି ସିଂ ମଧ୍ୟ ନଜର ଆସିବେ ।  

   Related Posts