ନାସିକର ସୀତା ଗୁମ୍ଫା ମନ୍ଦିର ପହଞ୍ଚିଲେ କ୍ରିତି ସାନନ୍‌, ମନ୍ଦିରରେ 'ରାମ ସିୟା ରାମ' ଗୀତରେ କଲେ ଆଳତୀ

Published By : Prameya-News7 Bureau | May 31, 2023 IST

ମୁମ୍ଵାଇ ୩୧।୦୫: ବଲିଉଡ୍‌ର ସୁନ୍ଦରୀ ନାୟିକା କ୍ରିତି ସାନନ୍‌ । ତାଙ୍କର ଅପକମିଂ ଫିଲ୍ମ ଆଦିପୁରୁଷକୁ ନେଇ ବ୍ୟସ୍ତ ଅଛନ୍ତି। ବର୍ତ୍ତମାନ ତାଙ୍କ ଟ୍ରାଡିସନାଲ ଲୁକ୍‌ରେ ଦେଖିବାକୁ ମିଳିଛି । ଯାହାକୁ ଦେଖି ଫ୍ୟାନ୍ସମାନେ ଖୁସି ହୋଇଯାଇଛନ୍ତି । ଆଦିପୁରୁଷର ରିଲିଜ୍ ତାରିଖ ପାଖେଇ ଆସୁଥିବାରୁ ଫିଲ୍ମର ପୁରା ଷ୍ଟାରକାଷ୍ଟ ପ୍ରମୋସନ ଆରମ୍ଭ କରିଛି। ନିକଟରେ ଫିଲ୍ମର ଗୀତ 'ରାମ ସିୟା ରାମ' ରିଲିଜ ହୋଇଥିଲା, ଯାହାକୁ ଲୋକମାନେ ବହୁତ ପସନ୍ଦ କରିଛନ୍ତି ।

wp:html
/wp:html

ନିକଟରେ କ୍ରିତି ସାନନ୍ ପଞ୍ଚାବଟିର ସୀତା ଗୁଫା ମନ୍ଦିରରେ ପହଞ୍ଚିଥିଲେ। ଯେଉଁଠାରେ ସେ ନିଜ ଚଳଚ୍ଚିତ୍ରର ଗୀତରେ ଆରତୀ ପରିବେଷଣ କରିଥିଲେ। କ୍ରିତିଙ୍କ ସହ ମନ୍ଦିରରେ ସଂଗୀତ ଯୋଡି ସଚେତ୍‌ ଏବଂ ପାରାମପାରା ମଧ୍ୟ ଉପସ୍ଥିତ ଥିଲେ । କ୍ରିତି  ଧଳା ସୁଟ, ମୁଣ୍ଡରେ ଓଢଣୀ ପକାଇ ଆଳତୀ କରୁଥିବାର ନଜର ଆସିଥିଲେ। ସୀତା ଗୁମ୍ଫା ଦର୍ଶନ କରିବା ପରେ କ୍ରିତି କାଲାରାମ ମନ୍ଦିରରେ ପହଞ୍ଚିଥିଲେ।

wp:html
/wp:html

କହିବାକୁ ଗଲେ ଯେ କ୍ରିତି ସାନନ୍ ଫିଲ୍ମ 'ଆଦିପୁରୁଷ'ରେ ସୀତା ଭୂମିକାରେ ଅଭିନୟ କରୁଛନ୍ତି। ଏଭଳି ପରିସ୍ଥିତିରେ ଫିଲ୍ମ ରିଲିଜ ହେବା ପୂର୍ବରୁ କ୍ରିତି ମାତା ସୀତାଙ୍କ ଆଶ୍ରୟସ୍ଥଳରେ ପହଞ୍ଚିଛନ୍ତି। କ୍ରିତି କପାଳରେ ଟିକା ଥିବା ବେଳେ ଏବଂ ଧଳା ସୁଟରେ ବହୁତ ସୁନ୍ଦର ଦେଖାଯାଉଥିଲେ । ଆଦିପୁରୁଷର ଟ୍ରେଲର ରିଲିଜ ପରେ ଏହି ଅଭିନେତ୍ରୀଙ୍କୁ ଅଧିକାଂଶ ସମୟରେ ଭାରତୀୟ ପୋଷାକରେ ଦେଖିବାକୁ ମିଳୁଛି । ଚଳଚ୍ଚିତ୍ରଟି ୧୬ ଜୁନରେ ମୁକ୍ତିଲାଭ କରୁଛି । ଓମ୍ ରାଉତଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରଟି ୫ ଟି ଭାଷାରେ ଆସିବ।

You Can Read:

wp:embed {"url":"https://www.prameyanews7.com/bollywood-vidyut-jammwal-ib71-to-manoj-bajpayee-sirf-ek-bandaa-kaafi-hai-6-films-of-2023-best-imdb-rating/","type":"wp-embed","providerNameSlug":"prameya-news-7"}
https://www.prameyanews7.com/bollywood-vidyut-jammwal-ib71-to-manoj-bajpayee-sirf-ek-bandaa-kaafi-hai-6-films-of-2023-best-imdb-rating/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.