ଫ୍ୟାନ୍ସଙ୍କ ପାଇଁ ଖୁସି ଖବର, ଆସନ୍ତା ସପ୍ତାହରେ ନିର୍ବନ୍ଧ କରିବେ ପ୍ରଭାସ ଓ କ୍ରୀତି

Published By : Prameya-News7 Bureau | February 09, 2023 IST

ମୁମ୍ବାଇ 09/02 : ବୁଲିଉଡର ଚୁଲବୁଲୀ ନାୟିକା କ୍ରିତି ସେନନ୍। ସାଉଥ୍ ସୁପରଷ୍ଟାର ପ୍ରଭାସ।  ଦୁହେଁ ଫେମସ୍ ଓ ପପୁଲାର ।  ସେମାନଙ୍କର ଚମତ୍କାର ଅଭିନୟ, ଚାର୍ମିଂ ଲୁକ୍ ପାଇଁ ଜିଣିଛନ୍ତି ଲକ୍ଷେ ଲକ୍ଷେ ଲୋକଙ୍କ ହୃଦୟ। ଉଭୟ ବ୍ୟକ୍ତିଗତ ଭାବେ ଦେଇଛନ୍ତି ଅନେକ ହିଟ୍ ଫିଲ୍ମସ୍। ଏବେ ଦୁହିଁଙ୍କୁ ପ୍ରଥମ ଥର ପାଇଁ ଫିଲ୍ମ ‘ଆଦି ପୁରୁଷ’ରେ ଦେଖିବାକୁ ମିଳିବ। ଦୁହିଁଙ୍କ ଅନସ୍କ୍ରିନ କେମେଷ୍ଟ୍ରି ଦେଖିବାକୁ ଫ୍ୟାନ୍ସ ଏକ୍ସାଇଟେଡ୍। ଏପଟେ ଫ୍ୟାନ୍ସଙ୍କ ପାଇଁ ଆସିଛି ଏକ ଖୁସି ଖବର।  ଆସନ୍ତା ସପ୍ତାହରେ ମାଲଦ୍ୱୀପରେ ଦୁହିଁଙ୍କ ନିର୍ବନ୍ଧ ହେବାକୁ ଯାଉଛି। ଏହି ଖବରରେ ଫ୍ୟାନ ଯେତିକି ଖୁସି , ସେତିକି ଲାଗିଛି ଝଟକା। 

{"id":743362,"sizeSlug":"full","linkDestination":"none"}

ପୂର୍ବରୁ ପ୍ରଭାସ୍ ଓ କ୍ରୀତି ନିଜ ଅଫେୟାରକୁ ନେଇ ଖୁବ୍ ଚର୍ଚ୍ଚାରେ ରହି ଆସିଛନ୍ତି। କୁଆଡେ ପ୍ରଭାସ କ୍ରୀତିଙ୍କୁ କରିଛନ୍ତି ପ୍ରପୋଜ। ଆଉ କ୍ରୀତି ବି ସେହି  ପ୍ରପୋଜାଲକୁ କରିଛନ୍ତି ଆକସେପ୍ଟ। ଆଉ ଦୁହେଁ କୁଆଡେ ଆଗାମୀ ସପ୍ତାହରେ କରିବେ ନିର୍ବନ୍ଧ। ଏକଥା ଆମେ କହୁନୁ। କହିଛନ୍ତି, ଫିଲ୍ମ ସମୀକ୍ଷକ ଉମର ସାନ୍ଧୁ। ସେ  ଦାବି କରିଛନ୍ତି ଯେ ଏହି ଯୋଡି ଆସନ୍ତା ସପ୍ତାହରେ ମାଲଦ୍ୱୀପରେ ନିର୍ବନ୍ଧ କରିବେ। ଏକଥା ସେ ଟ୍ୱିଟରରେ ସୋର୍ କରି ଲେଖିଛନ୍ତି, "BREAKING NEWS: # କ୍ରୀତିସେନନ୍  # ପ୍ରଭାସ ଆସନ୍ତା ସପ୍ତାହରେ ଏନଗେଜମେଣ୍ଟ କରିବାକୁ ଯାଉଛନ୍ତି।  ସେମାନଙ୍କ ପାଇଁ ମୁଁ ବହୁତ ଖୁସି"

{"id":743365,"width":836,"height":414,"sizeSlug":"full","linkDestination":"none"}

ତାଙ୍କର ଏହି ଟ୍ୱିଟ ପରେ ଫ୍ୟାନ୍ସଙ୍କ କମେଣ୍ଟ ବର୍ଷା। କିଏ ଥଟ୍ଟା କରିଛନ୍ତି ତ କିଏ ଜଣାଇଛନ୍ତି ଶୁଭେଚ୍ଛା। ଜଣେ ଲେଖିଛନ୍ତି, "ଅପଡେଟ୍ ପାଇଁ ଧନ୍ୟବାଦ। ଏହା ମଧ୍ୟ ଶୁଣିଛି ଯେ ତୁମେ ଖାଦ୍ୟ କ୍ୟାଟରିଂ ଚୁକ୍ତି ପାଇଛ। ବିରିୟାନୀ ହାଇଲାଇଟ୍ ହେବା ଉଚିତ୍। ଆଉ ଜଣେ ଲେଖିଛନ୍ତି,  ବହୁତ ପ୍ରେମ।" ଅନ୍ୟ ଜଣେ ଲେଖିଛନ୍ତି, "ପ୍ରଭାସ ଏହି କାର୍ଯ୍ୟକ୍ରମରେ ଯୋଗଦେବେ ତ?"

{"id":743363,"sizeSlug":"full","linkDestination":"none"}

ତେବେ ନିର୍ବନ୍ଧ କଥା କେତେ ଦୂର ସତ ତାହା ଜଣା ନାହିଁ କିନ୍ତୁ ଦୁହିଁଙ୍କ ଭିତରେ କିଛି ତ ଚାଲିଛି। ଏକଥା ଆପଣ ବି ମାର୍କ କରିଥିବେ, ଫିଲ୍ମ ‘ଭେଡିଆର’ ପ୍ରମୋଶନ ସମୟରେ ବରୁଣ ଖୋଲାଖୋଲି ଭାବରେ ପ୍ରଭାସଙ୍କ ନାଁ ନେଇ କ୍ରୀତିକୁ ଥଟ୍ଟା କରିଥିଲେ। ଏକ ସୋରେ କରଣ ବରୁଣଙ୍କୁ ପଚାରିଥିଲେ ଯେ, ଅବିବାହିତ ମହିଳାଙ୍କ ତାଲିକାରେ କ୍ରିତିଙ୍କ ନାଁ କାହିଁକି ନାହିଁ?

ବରୁଣ ଉତ୍ତର ଦେଲେ, କ୍ରୀତିଙ୍କ ନାଁ କାହା ହୃଦୟରେ ଅଛି। ଜଣେ ବ୍ୟକ୍ତି ଅଛନ୍ତି, ଯିଏ କି ମୁମ୍ବାଇରେ ନାହାନ୍ତି। ଯିଏ ଦୀପିକା ପାଦୁକୋନଙ୍କ ସହ ଶୁଟିଂ କରୁଛନ୍ତି। ତେବେ ଏହି କଥା ଶୁଣି ଆପଣ ବି ଇସାରା ପାଇଯିବେଣି , ଦୋନୋ ମୈ କୁଛ ତୋ ହୈ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.