scan steel
web-baneer-728x90
WhatsApp Image 2023-12-06 at 12.52.17
krs-728-90-banner english-2
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

କ୍ରିଷ୍ଣା ମେଡିକୋରୁ ଲକ୍ଷାଧିକ ଟଙ୍କା ଚୋରୀ ଘଟଣା, ଦୋକାନର ମୁଖ୍ୟ କର୍ମଚାରୀ ସମେତ ୩ ଗିରଫ

14/06/2023 at 5:12 PM

କଣ୍ଟାବାଞ୍ଜି ୧୪/୦୬: କଣ୍ଟାବାଞ୍ଜି ରୋଡ ନମ୍ବର ୪ରେ ଥିବା କ୍ରୀଷ୍ଣା ମେଡିକୋରୁ ୧ ଲକ୍ଷ ୩୫ ହଜାର ଟଙ୍କା ଚୋରୀ ଘଟଣାରେ କଣ୍ଟାବାଞ୍ଜି ପୋଲିସକୁ ମିଲିଛି ଏକ ବଡ ସଫଳତା । ଚୋରୀରେ ସମ୍ପୃକ୍ତ ଥିବା ୩ ଜଣଙ୍କୁ ଗିରଫ କରିଛି କଣ୍ଟାବାଞ୍ଜି ପୋଲିସ । ଗିରଫ ୩ ଜଣ ହେଲେ ମୁରିବାହାଲ ଥାନା ଲେଡାପଦର ଗାଁର ସୁବୋଧ ସୁନାନି , ବିଗ୍ନ କୂଅର , ହେମନ୍ତ ସେଠ ।

ଗିରଫ ଅଭିଯୁକ୍ତ ମାନଙ୍କ ପାଖରୁ ପୋଲିସ ୯୨ ହଜାର ୯୦୦ ଟଙ୍କା ଜବତ କରିଛି । ଏନେଇ କଣ୍ଟାବାଞ୍ଜି ପୋଲିସ ଷ୍ଟେଶନରେ ଏକ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଲେ ଏସଡିପିଓ ଗୌରାଙ୍ଗ ଚରଣ ସାହୁ । ଏସଡିପିଓ ଦେଇଥିବା ସୂଚନା ଅନୁସାରେ ୧୨ ତାରିଖ କ୍ରିଷ୍ଣା ମେଡିକୋରେ ଚୋରୀ ହୋଇଥିବା ଦୋକାନୀ ଦୀପକ ଠାକୁର ପୋଲିସ ପାଖରେ ଅଭିଯୋଗ କରିଥିଲେ ।

ପୋଲିସ ତୁରନ୍ତ ତଦନ୍ତ ଆରମ୍ଭ କରିଥିବା ବେଳେ ଦୋକାନରେ ଲାଗିଥିବା ସିସିଟିଭି ଆଧାରରେ ଯାଞ୍ଚ ଆରମ୍ଭ କରିଥିଲା । ବଲାଙ୍ଗୀର ଏସପିଙ୍କ ନିର୍ଦେଶ କ୍ରମେ ଏକ ଟିମ ତିଆରି କରାଗଲା । ଦୋକାନ ରେ କାମ କରୁଥିବା କର୍ମଚାରୀଙ୍କ ଉପରେ ସନ୍ଦେହ ହେଲା । ଦୋକାନରେ ଆରମ୍ଭରୁ କାମ କରୁଥିବା କର୍ମଚାରୀ ସୁବୋଧ ଫେରାର ଥିବା ବେଳେ ତାକୁ କେସିଙ୍ଗା ରୁ ଏବଂ ଅନ୍ୟ ଦୁଇ ଜଣ ସହଯୋଗୀଙ୍କୁ ବେଲପଡା ଅଞ୍ଚଲରୁ ପୋଲିସ ଗିରଫ କରିଥିଲା । ଗିରଫ ଅଭିଯୁକ୍ତ ମାନେ ଚୋରୀ କରିଥିବା ପୋଲିସ ପାଖରେ ସ୍ଵୀକାର କରିଥିଲେ ।

ପୋଲିସ ସେମାନଙ୍କ ପାଖରୁ ଜବତ କରିଥିବା ଟଙ୍କା ଦୋକାନୀକୁ ଫେରାଇଦେଇଛି । ଦୋକାନି ଟଙ୍କା ପାଇବା ପରେ କଣ୍ଟାବାଞ୍ଜି ପୋଲିସକୁ ଧନ୍ୟବାଦ ଦେଇଛନ୍ତି । ତେବେ ଚୋରକୁ ଗିରଫ କରିବାରେ ଟିମ ଲିଡର ନିଜେ ଥାନା ଅଧିକାରୀ ରଶ୍ମିତା ବେହେରା ଥିବା ବେଳେ ଏସଆଇ ସୁରେନ୍ଦ୍ର ଛତ୍ରିଆ , ଏଏସଆଇ ପରମାନନ୍ଦ ମାଝି , ଏଏସଆଇ ଇଶ୍ଵର ଚନ୍ଦ୍ର ମାଝୀ , କନେଷ୍ଟବଳ ଚନ୍ଦ୍ରଶେଖର ବାଗ , ବିନାୟକ ସାହୁ , ହୋମଗାର୍ଡ଼ ଜିତେନ୍ଦ୍ର ଖୁରା ପ୍ରମୁଖ ଥିଲେ ।

   Related Posts