ଆଜି ଜନ୍ମାଷ୍ଟମୀ : ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମୋତ୍ସବ ପାଳନ ପାଇଁ ଉତ୍ସବମୁଖର ମଠ ମନ୍ଦିର

Published By : Prameya-News7 Bureau | August 23, 2019 IST

ଭୁବନେଶ୍ବର ୨୩|୮: ଆଜି ଜନ୍ମାଷ୍ଟମୀ । ଜନ୍ମ ନେବେ କହ୍ନେୟା ଲାଲ ।  ଝୁଲଣରେ ଝୁଲିବେ ଭଗବାନ ଶ୍ରୀକୃଷ୍ଣ । ଭଜନ କୀର୍ତ୍ତନରେ ଉଛୁଳିବ ଚତୁର୍ଦ୍ଦିଗ । ସେଥିପାଇଁ  ଉତ୍ସବମୁଖର ମଠ ମନ୍ଦିର । ଚଳିତ ବର୍ଷ ଶୁକ୍ରବାର ସକାଳ ୮ଟା ୧୨ ମିନିଟରୁ ଶନିବାର ସକାଳ ୮ଟା ୩୫ ମିନିଟ୍ ପର୍ଯ୍ୟନ୍ତ ଅଷ୍ଟମୀ ତିଥି ରହୁଛି । ତେଣୁ ଦୁଇ ଦିନ ଧରି ଜନ୍ମାଷ୍ଟମୀ ନୀତି ପାଳନ କରାଯିବ । ଦର୍ଶନାର୍ଥୀଙ୍କ ପାଇଁ ଭୋର ୫ଟାରେ ଖୋଲିଛି ରାମ ମନ୍ଦିର । ସକାଳୁ ମଙ୍ଗଳ ଆଳତୀ ସରିଥିବା ବେଳେ ଦିନ ଗୋଟାଏ ଯାଏ ଭକ୍ତଙ୍କ ପାଇଁ ମନ୍ଦିର ଖୋଲା ରହିବ । ପରେ ଅପରାହ୍ନ ୪ଟାରୁ ଆରମ୍ଭ ହେବ ହୋମ ଯଜ୍ଞ ଭଜନ କୀର୍ତ୍ତନ । ରାତି ୧୨ଟାରେ ଶ୍ରୀକୃଷ୍ଣଙ୍କ ଜନ୍ମ ଆଳତୀ କରାଯିବ । ସେଥିପାଇଁ ସମସ୍ତ ପ୍ରସ୍ତୁତି ସରିଛି । ସେହିପରି ଇସ୍କନରେ ମଧ୍ୟ ବ୍ୟାପକ ପ୍ରସ୍ତୁତି ହୋଇଛି । ଆସନ୍ତାକାଲି ସବୁଠି ନନ୍ଦୋତ୍ସବ ପାଳନ କରାଯିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.