ଅଲ୍ଲାହବାଦ: ଶ୍ରୀ କୃଷ୍ଣ ଜନ୍ମ ଭୂମିକୁ ନେଇ ଥିବା ସମସ୍ତ ମାମଲାର ଶୁଣାଣି ଏବେ ଆଲ୍ଲାହବାଦ ହାଇକୋର୍ଟରେ ହେବ। ନିଜେ ହାଇକୋର୍ଟ ସମସ୍ତ ମାମଲାକୁ ନିଜ ଆଡ଼କୁ ନେଇଛନ୍ତି। ପୂର୍ବରୁ ଏହି ମାମଲାର ଶୁଣାଣି ମଥୁରା ନିମ୍ନ ଅଦାଲତରେ ହେଉଥିଲା। ଏବେ ଅହ୍ଲାବାଦ ହାଇକୋର୍ଟ ସମସ୍ତ ମାମଲାକୁ ନିଜେ ଶୁଣାଣି କରିବେ।
ପୂର୍ବରୁ ହାଇକୋର୍ଟକୁ ସମସ୍ତ ମାମଲା ସ୍ଥାନାନ୍ତର କରିବା ନେଇ ଏକ ଆବେଦନ କରାଯାଇଥିଲା। ଯାହା ଉପରେ ମେ ୩ ତାରିଖରେ ଶୁଣାଣି କରି ରାୟ ସଂରକ୍ଷିତ ରଖିଥିଲେ ଆଲ୍ଲାହବାଦ ହାଇକୋର୍ଟ। ଆଜି ଏହି ରାୟ ପ୍ରକାଶ ପାଇଛି।
ଆବେଦନରେ କୁହାଯାଇଥିଲା ଯେ କୃଷ୍ଣ ଜନ୍ମଭୂମି ମାମଲା ଜାତୀୟ ସ୍ତରରେ ମହତ୍ୱ ରଖୁଛି। ତେଣୁ ଏହାର ଶୁଣାଣି ହାଇକୋର୍ଟରେ ହେବା ଉଚିତ। କଟ୍ରା କେଶବ ଦେବ ଖେୱାତ ମଥୁରାର ଭଗୱାନ ଶ୍ରୀ କୃଷ୍ଣ ବିରାଜମାନ ପକ୍ଷରୁ ଓକଲି ରଞ୍ଜନା ଅଗ୍ନିହୋତ୍ରୀଙ୍କ ଦ୍ୱାରା ଏହି ଆବେଦନ କରାଯାଇଥିଲା। ଅନ୍ୟ ୭ ଜଣ ମଧ୍ୟ ମାମଲା ସ୍ଥାନାନ୍ତର ପାଇଁ କୋର୍ଟରେ ଆବେଦନ କରିଥିଲେ।
ଏହି ଆବେଦନରେ କୃଷ୍ଣ ଜନ୍ମଭୂମୀ ମନ୍ଦିର ପାଖରେ ଥିବା ଶାହୀ ମସଜିଦ ଇଦ୍ଗାହ, ଶ୍ରୀ କୃଷ୍ଣ ଜନ୍ମଭୂମି ଟ୍ରଷ୍ଟ, କଟ୍ରା କେଶବ ଦେବ, ଦୀଗ ଗେଟ୍ ମଥୁରାକୁ ପକ୍ଷଭୂକ୍ତ କରାଯାଇଥିଲା
ସୂଚନା ଥାଉକି ଶାହୀ ମସଜିଦ ଇଦ୍ଗାହ ହିନ୍ଦୁ ମନ୍ଦିର ଭାଙ୍ଗି ନିର୍ମାଣ କରାଯାଇଛି ବୋଲି ଦାବି କରାଯାଇଛି। ସତେବେଲେ ୱାକଫ ମଧ୍ୟ ସୃଷ୍ଟି ହୋଇନଥିଲା ବୋଲି କୋର୍ଟରେ ଆବେଦନ କରାଯାଇଛି। ଏହି ଭୂମି ମସ୍ଜିଦ୍ ତିଆରି ପାଇଁ ନୁହେଁ ବୋଲି ଆବେଦକ କୋର୍ଟରେ ଦାବି କରିଛନ୍ତି।