ଭୁବନେଶ୍ବର ୧୭|୧: ଭୁବନେଶ୍ବର ମହାନଗର ନିଗମର ପ୍ରତିନିଧିଙ୍କ କାର୍ଯ୍ୟକାଳ ଶେଷ ହୋଇଛି । ଏହାପରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ସମବାୟ ବିଭାଗ ସଚିବ କ୍ରିଷ୍ଣନ କୁମାରଙ୍କୁ ପ୍ରଶାସକ ଭାବେ ନିଯୁକ୍ତ ଦିଆଯାଇଛି । ସେ ଆଜିଠାରୁ ବିଏମସିର ନବନିର୍ବାଚିତ କର୍ପୋରେଟରଙ୍କ ପ୍ରଥମ ବୈଠକ ପର୍ଯ୍ୟନ୍ତ ଦାୟିତ୍ବରେ ରହିବେ । ଏହି ସମୟରେ ସେ ଭୁବନେଶ୍ବର ମହାନଗର ନିଗମର ସମସ୍ତ ଦାୟିତ୍ବ ନେବେ । କ୍ରିଷ୍ଣନ କୁମାର ପ୍ରାୟ ୪ ବର୍ଷ ୧୦ ମାସ ବିଏମସିର କମିଶନର ଭାବେ କାର୍ଯ୍ୟ କରିବା ପରେ ଗତ ଡିସେମ୍ବର ୨୧ ତାରିଖରେ ପଦୋନ୍ନତି ପାଇ ସମବାୟ ସଚିବ ଭାବେ ବଦଳି ହୋଇଥିଲା ।
ବିଜେପି ନେତାଙ୍କୁ କାଉଣ୍ଟର କଲେ ବିଜେଡି ବିଧାୟକ, କହି...