ବିଭାଜନ ବେଳେ ପାକିସ୍ତାନରୁ ଭାରତ ପଳାଇଆସିଥିଲେ ଦୁଇ ଭାଇ, ଠିଆ କରିଛନ୍ତି ୯,୩୯୮ କୋଟି ଟଙ୍କାର କମ୍ପାନୀ

Published By : Prameya-News7 Bureau | February 24, 2024 IST

ନୂଆଦିଲ୍ଲୀ ୨୪।୨: ଅନେକ ଅରବପତିଙ୍କ ଘର ଭାରତ, ଯେଉଁଠି ମୁକେଶ ଅମ୍ବାନୀ, ରତନ ଟାଟା ଓ ଗୌତମ ଆଦାନୀଙ୍କ ଭଳି ଧନପତି କୁବେରମାନେ ବସବାସ କରୁଛନ୍ତି। ଦେଶର ଧନିକଙ୍କ ସୂଚୀରେ ପ୍ରତିବର୍ଷ ନୂଆ ନୂଆ ଏଣ୍ଟରପ୍ରିନିୟର ବିଲେନିୟର କ୍ଲବରେ ସାମିଲ ହେଉଛନ୍ତି। ତେବେ ଏହି ଉପଲବ୍ଧି ହାସଲ କରିବା ଏତେ ସହଜ ନୁହେଁ। ତେବେ ବିଭାଜନ ପରେ ପାକିସ୍ତାନରୁ ଭାରତ ଆସିଥିବା ଦୁଇ ଭାଇ ଏପରି ଏକ କମ୍ପାନୀ ସ୍ଥାପନା କରି ଏହି ଉପଲବ୍ଧି ହାସଲ କରିଛନ୍ତି ଯାହାର ମୂଲ୍ୟ ଏବେ ବିଲିୟନ ଡଲାରରେ ଆକଳନ କରାଯାଉଛି।

ଭାରତର ପ୍ରସିଦ୍ଧ ଚାଉଳ ବ୍ରାଣ୍ଡ ‘ଇଣ୍ଡିଆ ଗେଟ୍’ର ସ୍ଥାପନା ୧୮୮୯ ମସିହାରେ ଦୁଇ ଭାଇ ଖୁସି ରାମ ଓ ବିହାରି ଲାଲଙ୍କ ଦ୍ୱାରା ଲାୟଲପୁର ଏବେକା ଫୈସଲାବାଦରେ ହୋଇଥିଲା। ତେବେ ଏହା ପୂର୍ବରୁ ଦୁଇ ଭାଇ କପା ବ୍ୟବସାୟରୁ ସେମାନଙ୍କ ବ୍ୟବସାୟ ଆରମ୍ଭ କରିଥିଲେ। ଏଥିରେ ସେମାନେ ପଞ୍ଜାବର ଚାଷୀଙ୍କ ଠାରୁ କପା କିଣି ମୁମ୍ବାଇରେ ବିକ୍ରି କରୁଥିଲେ। ସମୟ ସହିତ ସେମାନଙ୍କ ବ୍ୟବସାୟ ମଧ୍ୟ ବେଶ୍ ଆଗେଇ ଯାଇଥିଲା। ସେମାନେ କପା ସହ କପଡା ମିଲ ମଧ୍ୟ ସ୍ଥାପନା କରିଥିଲେ। ଦୁଇଭାଇ ବ୍ରିଟିଶ ଏଜେନ୍ସୀମାନଙ୍କ ସହ ବ୍ୟବସାୟ କରୁଥିଲେ। ତେବେ ଦେଶ ବିଭାଜନ ସହିତ ସେମାନେ ପରିବାର ସହ ପାକିସ୍ତାନରୁ ଭାରତକୁ ସ୍ଥାନାନ୍ତରିତ ହେବା ପାଇଁ ନିଷ୍ପତ୍ତି ନେବା ସାଙ୍ଗକୁ ନୂଆ କରି ବ୍ୟବସାୟ ଆରମ୍ଭ କରିବାକୁ ଚିନ୍ତା କରିଥିଲେ।

{"id":913182,"width":840,"height":479,"sizeSlug":"full","linkDestination":"none"}

ଖୁସି ରାମ ଓ ବିହାରି ଲାଲ ଦିଲ୍ଲୀର ନୟା ବଜାର ଅଞ୍ଚଳରେ ଅବସ୍ଥାନ କରିଥିଲେ ଓ ଚାଉଳ ଏବଂ ତୈଳ ବ୍ୟବସାୟ ଆରମ୍ଭ କରିଥିଲେ। ବ୍ୟବସାୟୀକ ସ୍ଥିତି ସୁଧୁରିବା ପରେ ଦୁଇ ଭାଇ ଉତ୍ତରପ୍ରଦେଶର ଗାଜିୟାବାଦରେ କେଆରବିଏଲ ଲିମିଟେଡ ନାମରେ ଏକ କମ୍ପାନୀର ପ୍ରଥମ ୟୁନିଟ ସ୍ଥାପନା କରିଥିଲେ।  କମ୍ପାନୀ ୧୯୯୮ ମସିହାରେ ତାଙ୍କର ଚାଉଳ ବ୍ରାଣ୍ଡ ‘ଇଣ୍ଡିଆ ଗେଟ୍’ ଲଞ୍ଚ କରିଥିଲା। ପରବର୍ତ୍ତି କିଛି ବର୍ଷରେ କମ୍ପାନୀ ଦିଲ୍ଲୀ ନିକଟରେ ଆଉ ଦୁଇଟି ପ୍ଲାଣ୍ଟ ବସାଇ ୨୦୦୩ ମସିହାରେ କେଆରବିଏଲ ଲିମିଟେଡ ବିଦେଶୀ ନିବେଶ ପ୍ରାପ୍ତ କରିବାରେ ଦେଶର ପ୍ରଥମ ଚାଉଳ କମ୍ପାନୀରେ ପରିଣତ ହୋଇଥିଲା।

କେଆରବିଏଲ ଲିମିଟେଡ ଧୁରୀ ନିକଟରେ ୬୫ ଏକରର ଏକ ଚାଉଳ ପ୍ଲାଣ୍ଟ ଅଧିଗ୍ରହଣ କରି ଏହାକୁ ବିଶ୍ୱସ୍ତରୀୟ ମିଲିଂ ପ୍ଲାଣ୍ଟ ମଧ୍ୟରୁ ଗୋଟିଏରେ ପରିଣତ କରିଛି। ଆଜି କେଆରବିଏଲ ଲିମିଟେଡ ବିଶ୍ୱର ସର୍ବ ବୃହତ୍ତ ଚାଉଳ ରପ୍ତାନୀକାରୀ ଫାର୍ମ ମଧ୍ୟରେ ଅନ୍ୟତମ ହୋଇପାରିଛି। ୨୦୨୨ ହୁରୁନ ଇଣ୍ଡିଆ ରିପୋର୍ଟ ଅନୁସାରେ କମ୍ପାନୀର ଭାଲ୍ୟୁ ୯,୩୯୮ କୋଟି ଟଙ୍କାରେ ପହଞ୍ଚିଛି। ବର୍ତ୍ତମାନ ଅନିଲ କୁମାର ମିତ୍ତଲ କମ୍ପାନୀର ଚେୟାରମ୍ୟାନ ତଥା ଏମଡି ଭାବେ କାର୍ଯ୍ୟରତ ଅଛନ୍ତି। ତାଙ୍କୁ ନ୍ୟାସନାଲ ଆକାଡେମୀ ଅଫ ଏଗ୍ରିକଲଚାରାଲ ସାଇନ୍ସ ସିଲଭର ଜୁବଲୀ ପୁରସ୍କାରରେ ସମ୍ବର୍ଦ୍ଧିତ କରାଯାଇଛି। ଏହା ସହ ମିତ୍ତଲ ଅଲ ଇଣ୍ଡିଆ ରାଇସ୍ ଏକ୍ସପୋର୍ଟର୍ସ ଆସୋସିଏସନର ସଭାପତି ମଧ୍ୟ ଅଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.