ଉଦାହରଣ ସାଜିଲା ଆଦିବାସୀ ବହୁଳ ଅଂଚଳ କୋଟପାଡ଼

Published By : Prameya-News7 Bureau | August 09, 2018 IST

କୋରାପୁଟ ୯/୮ : ଦକ୍ଷିଣ ଓଡିଶାର ପ୍ରଥମ ଏନ୍.ଏ.ସି ଭାବେ ବାହ୍ୟ ମଳମୁକ୍ତ ଅଂଚଳ ଘୋଷିତ ହୋଇଛି ।କିଛି ଦିନ ପୂର୍ବେ ଯେଉଁ କୋଟପାଡ ବିପର୍ଯ୍ୟସ୍ତ ପରିମଳ ବ୍ୟବସ୍ଥା ପାଇଁ ବଦନାମ ମୁଣ୍ଡାଉ ଥିଲା ଏବେ ସାଉଁଟିଛି ଅନେକ ପ୍ରଶଂସା ।ଆଉ ଏ ସବୁ ସମ୍ଭବ ହୋଇଛି ସ୍ବଛ ଭାରତ ଅଭିଯାନ ସହ ଲୋକଙ୍କ ମଧ୍ୟରେ ସଚେତନତା ଯୋଗୁଁ । ବିପର୍ଯ୍ୟସ୍ତ ପରିମଳ ବ୍ୟବସ୍ଥା ପାଇଁ ଦିନେ କୋରାପୁଟ ଜିଲ୍ଲା କୋଟପାଡ ଏନ୍.ଏ.ସି ବଦନାମ ହେଉଥିଲା ।ହେଲେ ଆଜି ସାଉଁଟୁଛି ଅନେକ ପ୍ରଶଂସା । ଦକ୍ଷିଣ ଓଡିଶାର ପ୍ରଥମ ଏନ.ଏ.ସି ଭାବେ ବାହ୍ୟ ମଳମୁକ୍ତ ଅଂଚଳ ଘୋଷିତ ହୋଇଛି କୋଟପାଡ଼ । ଏହି ସମ୍ମାନ ପାଇବାରେ କୋଟପାଡ଼ ଆମ ରାଜ୍ୟର ତଚୁର୍ଥ ସହର ।ଏହାକୁ ନେଇ ଏନ୍.ଏ.ସି ତରଫରୁ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଏହି ଅବସରରେ କୋରାପୁଟ ଜିଲ୍ଲାପାଳ କୋଟପାଡବାସୀଙ୍କ ଉଦ୍ୟମକୁ ପ୍ରଶଂସା କରିବା ସହ ଆଦିବାସୀ ବହୁଳ ଏହି ପଛୁଆ ଅଂଚଳ ଏବେ ଅନ୍ୟ ମାନଙ୍କ ପାଇଁ ଉଦାହରଣ ବୋଲି କହିଥିଲେ । ଆଗାମୀ ଦିନରେ ଜିଲ୍ଲାର ଅନ୍ୟ ମୁନସିପାଲଟି ଓ ଏନ୍.ଏ.ସିକୁ ବି ବାହ୍ୟ ମଳମୁକ୍ତ ଅଂଚଳ ଘୋଷଣା କରିବାକୁ ପ୍ରଶାସନ ପ୍ରୟାସ କରୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.