ଡେପୁଟି ମ୍ୟାନେଜରଙ୍କ ଘରୁ ମିଳିଲା କୋଟିଏରୁ ଅଧିକ ଟଙ୍କା, ତାଜୁବ ଭିଜିଲାନ୍ସ ବିଭାଗ
21/12/2022 at 10:33 AM

ଭୁବନେଶ୍ୱର ୨୧/୧୨: କୋଟିପତି ଇଡକଲ୍ ଡେପୁଟି ମ୍ୟାନେଜର ଗୟା ସାଁନ୍ତରାଙ୍କ ଘରେ ଭିଜିଲାନ୍ସ ରେଡ୍ ପ୍ରସଙ୍ଗ । ଚଢାଉ ବେଳେ ଗୟାଙ୍କ ଘରୁ ମିଳିଲା ନଗଦ ୧ କୋଟିରୁ ଉର୍ଦ୍ଧ୍ୱ ଟଙ୍କା । ଭୁବନେଶ୍ୱର ସ୍ଥିତ ଘରୁ ମିଳିଲା ୧ କେଜି ୮୩ ଗ୍ରାମ୍ ସୁନା ଏବଂ ୬ କେଜି ୭୫୦ ଗ୍ରାମ୍ ରୂପା ।
ଗତକାଲି ଚଢାଉ ବେଳେ ୪ କୋଟି ୧୯ ଲକ୍ଷ ଟଙ୍କାର ବ୍ୟାଙ୍କ ଜିପୋଜିଟ, ଭୁବନେଶ୍ବରରେ ୨ଟି ବିଲ୍ଡିଂ, ଭୁବନେଶ୍ୱର, ଯାଜପୁର, ନୟାଗଡର ପ୍ରମୁଖ ସ୍ଥାନରେ ୧୩ଟି ପ୍ଲଟ, ୨ଟି ୪ ଚକିଆ ଯାନ, ୪ଟି ଦୁଇ ଚକିଆ ଯାନ ଠାବ କରିଛି ଭିଜିଲାନ୍ସ । ଗୟା ସାଁନ୍ତରାଙ୍କୁ କୋରାପୁଟ ସୁଙ୍କିରୁ ଭୁବନେଶ୍ୱର ଆଣି ପଚରାଉଚୁରା କରୁଛି ଭିଜିଲାନ୍ସ ।
Related Posts
ଡିଭାଇଡରରେ ପିଟି ହେଲା ବସ୍, ଗାଡ଼ିରେ ଥିଲେ ୨୦ରୁ ଅଧିକ ଯାତ୍ରୀ
30 January 2023