କୋଟିଆ ଥାନାକୁ ପୁରିଲା ବର୍ଷେ: ଅଞ୍ଚଳବାସୀଙ୍କ ସୁଖଦୁଃଖର ସାଥୀ ହୋଇଛି ପୋଲିସ; ରୁଜୁ ହୋଇଛି ମାତ୍ର ୫ଟି ମାମଲା

Published By : Prameya-News7 Bureau | May 26, 2023 IST

ପଟାଙ୍ଗୀ ୨୬/୦୫: ଓଡ଼ିଶା ଆନ୍ଧ୍ର ମଧ୍ୟରେ ବିବାଦ ଲାଗିଥିବା କୋଟିଆରେ ଥିବା ଥାନାକୁ ବର୍ଷେ ପୁରିଛି। ୨୦୨୨ ମେ ୨୫ରେ ଜିଲ୍ଲାପାଳ ଅବଦଲ ଅହମ୍ମଦ ଅଖତର ଓ ତତ୍କାଳୀନ ଆରକ୍ଷୀ ଅଧିକ୍ଷକ ବରୁଣ ଗୁଣ୍ଟୁପାଲିଙ୍କ ଉପସ୍ଥିତିରେ ଡିଆଇଜି ରାଜେଶ୍ ପଣ୍ଡିତ ମୁଖ୍ୟ ଅତିଥି ଭାବେ ଥାନାକୁ ଉଦଘାନ କରିଥିଲେ। ଏହି ଥାନା ଅଧୀନରେ କୋଟିଆ ପଞ୍ଚାୟତର ବିବାଦୀୟ ୨୧ଟି ଗାଁ ସହିତ ଅଣବିବାଦୀୟ ଗାଁ ମଧ୍ୟ ରହିଛି। ସୂଚନାଥାଉକି, ଏହି ଗାଁ ଗୁଡ଼ିକରେ ଆଦିବାସୀ ସମ୍ପ୍ରଦାୟ ଲୋକେ ବସବାସ କରନ୍ତି।

{"id":792830,"sizeSlug":"full","linkDestination":"none"}

ସେମାନେ ଶାନ୍ତିପ୍ରିୟ ହୋଇଥିବାରୁ କୋଟିଆ ଥାନାରେ ବିଗତ ଗୋଟିଏ ବର୍ଷ ମଧ୍ୟରେ ମାତ୍ର ୫ଟି ମାମଲା ରୁଜୁ ହୋଇଛି। ବିଗତ ବର୍ଷେ ମଧ୍ୟରେ ସ୍ଥାନୀୟ ପୋଲିସ ଆନ୍ଧ୍ର ଅନୁପ୍ରବେଶ ରୋକିବାରେ ସଫଳ ହୋଇଛି। ସ୍ଥାନୀୟ ଅଞ୍ଚଳରେ ଆଇନ ଶୃଙ୍ଖଳା ରକ୍ଷା ସହ ସେହି ଗାଁ ଗୁଡ଼ିକରେ ଜନ ସମ୍ପର୍କ ଶିବିର ଆୟୋଜନ କରି ସ୍ଥାନୀୟ ଲୋକଙ୍କ ପ୍ରିୟ ଭାଜନ ହେବାରେ ପୋଲିସ ସଫଳ ହୋଇଛି। ସ୍ଥାନୀୟ ଲୋକେ ମଧ୍ୟ ପୋଲିସର କାର୍ଯ୍ୟକଳାପକୁ ନେଇ ସନ୍ତୁଷ୍ଟ ଥିବା କହିଛନ୍ତି।

{"id":792832,"sizeSlug":"full","linkDestination":"none"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.