କୋଟିଆକୁ ନେଇ ଥମୁନି ବିବାଦ, ବିବାଦୀୟ ଅଞ୍ଚଳ ବୁଲିଲା ଆନ୍ଧ୍ର ଲୋକସତ୍ତା ପାର୍ଟି
29/05/2023 at 2:50 PM

ପଟାଙ୍ଗି ୨୯।୦୫ : କୋଟିଆକୁ ନେଇ ଥମୁନି ବିବାଦ। କୋଟିଆ ଉପରୁ ହଟୁନି ଆନ୍ଧ୍ରର ଲୋଲୁପ ଦୃଷ୍ଟି। ଓଡ଼ିଶା ଡାକଘରର ପିନକୋଡକୁ ଟାର୍ଗେଟ କରି କୋଟିଆରେ ଅନୁପ୍ରବେଶ କଲା ଆନ୍ଧ୍ର ଲୋକସତ୍ତା ପାର୍ଟି।

ଲୋକସତ୍ତା ପାର୍ଟି ସଭାପତି ବି.ବାବଜିଙ୍କ ନେତୃତ୍ୱରେ ଏକ ଦଳ କୋଟିଆର ବିଭିନ୍ନ ଗ୍ରାମ ପରିଦର୍ଶନ କରିଛନ୍ତି। ଓଡ଼ିଶା ପକ୍ଷରୁ ଜାରି କରାଯାଇଥିବା ଡାକଘର ପିନକୋଡକୁ ବିରୋଧ କରିଛନ୍ତି। କୋଟିଆ ଓଡ଼ିଶାର ପ୍ରମାଣିତ କରିବାକୁ ଓଡ଼ିଶା ସରକାର ଚକ୍ରାନ୍ତ କରୁଛନ୍ତି। ଆନ୍ଧ୍ରର ସମସ୍ତ ରାଜନୈତିକ ଦଳ କୋଟିଆରେ ଆସି ବିରୋଧ କରିବାକୁ ଆହ୍ବାନ ଦେଇଛନ୍ତି ଲୋକସତ୍ତା ପାର୍ଟି।

ଏହା ପୂର୍ବରୁ ଭୁବନେଶ୍ଵରରୁ ଆସିଥିବା ଇଣ୍ଟାକର ଚାରି ଜଣିଆ ଦଳ କୋଟିଆରେ ପହଞ୍ଚି ଓଡ଼ିଶାରେ କୋଟିଆ ଲେଖା ଯାଇଥିବା ୧୦୦ଟି ଲଫାପା ଉଭୟ ଆନ୍ଧ୍ର ଓ ଓଡ଼ିଶାର ମୁଖ୍ୟମନ୍ତ୍ରୀ, ସାଂସଦ ଓ ବିଧ୍ୟାୟକଙ୍କୁ ପୋଷ୍ଟ କରିଥିଲେ। ଏହା ପରେ ଆଜି ଆନ୍ଧ୍ର ଲୋକ ସତ୍ତା ଦଳର ରାଜ୍ୟ ସଭାପତି ବି. ବାବଜୀ କୋଟିଆରେ ଅନୁପ୍ରବେଶ କରି ସେଠାକାର ଲୋକଙ୍କ ସହ ଆଲୋଚନା କରିଛନ୍ତି। ସେ ନେରେଡିୱାଲାସା, ପାଣୁକୁୱାଲାସା, ଧୂଳିପଦର୍, ଉପରସେମ୍ବି ଗ୍ରାମ ବାସୀଙ୍କ ସହ ଆନ୍ଧ୍ରର ଯୋଜନା ଗୁଡିକ ବିଷୟରେ ଆଲୋଚନା କରିଥିଲେ।
You Can Read :