ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଶ୍ରୀମନ୍ଦିର ଉପରେ ଡ୍ରୋନ୍‌ ଉଡାଇବା ଘଟଣା : ଅପଲୋଡ ଭିଡିଓ ଡିଲିଟ୍‌ କଲେ ୟୁଟ୍ୟୁବର, ଆଉ ହାତଯୋଡି କ୍ଷମା ବି ମାଗିଲେ…
  • ||
  • ଅର୍ଚ୍ଚନା ନାଗ ଗିରଫ ମାମଲା, ଇଡିକୁ ସବୁ ତଥ୍ୟ ଦେଲା କମିଶନରେଟ୍‌ ପୋଲିସ
  • ||
  • ଧର୍ମଗଡ଼ : ଦୁର୍ଘଟଣାଗ୍ରସ୍ତ ଟ୍ୟାଙ୍କରରୁ ଗ୍ୟାସ୍‌ ଲିକ୍‌, ଯାତାୟତ ବାଧାପ୍ରାପ୍ତ
  • ||

‘କେନ୍ଦ୍ର ଦ୍ୱାରା ପଠା ଯାଇଥିବା ଆମାଜନ ପାର୍ସଲ’, ରାଜ୍ୟପାଳ କୋଶିଆରିଙ୍କୁ ଫେରାଇ ନେବାକୁ ଦାବି କଲେ ଉଦ୍ଧବ ଠାକରେ

24/11/2022 at 7:03 PM

ମୁମ୍ୱାଇ: ଶିବସେନା ନେତା ଉଦ୍ଧବ ଠାକରେ ଛତ୍ରପତୀ ଶିବାଜୀ ମହାରାଜାଙ୍କୁ ନେଇ ବିବାଦୀୟ ବୟାନ ଦେଇଥିବା ମହାରାଷ୍ଟ୍ର ରାଜ୍ୟପାଳ ଭଗତ ସିଂ କୋଶିଆରିଙ୍କୁ ଟାର୍ଗେଟ କରିଛନ୍ତି । ଏହାସହ ଉଦ୍ଧବ ରାଜ୍ୟପାଳଙ୍କୁ କେନ୍ଦ୍ର ଦ୍ୱାରା ପଠାଯାଇଥିବା ଆମାଜନ ପାର୍ସଲ କହି ତାଙ୍କୁ ଫେରାଇ ନେବା ପାଇଁ କହିଛନ୍ତି ।

ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ କହିଛନ୍ତି, ‘କେନ୍ଦ୍ର ସରକାରଙ୍କୁ ଅନୁରୋଧ କରୁଛି ଯେ ଆପଣ ରାଜ୍ୟପାଳ ରୂପରେ ଆମକୁ ଯେଉଁ ଆମାଜନ ପାର୍ସଲ ପଠାଇଛନ୍ତି, ତାକୁ ଫେରାଇ ନିଆ। ଏପରିକି ତାଙ୍କୁ କୌଣସି ବୃଦ୍ଧାଶ୍ରାମ ପଠାଯିବା ଦରକାର ବୋଲି ଶିବସେନା ନେତା କହିଛନ୍ତି’ । ରାଜ୍ୟପାଳ କୋଶିଆରିଙ୍କୁ ହଟା ନଗଲେ ଏହା ବିରୋଧରେ ପ୍ରଦର୍ଶନ କରାଯିବ ବୋଲି ଉଦ୍ଧବ ଚେତାବନୀ ଦେଇଛନ୍ତି ।

ଉଲ୍ଲେଖଯୋଗ୍ୟ ଯେ ମହାରାଷ୍ଟ୍ର ରାଜ୍ୟପାଳ ଭଗତ ସିଂ କୋଶିଆରି ଛତ୍ରପତୀ ଶିବାଜୀ ମହାରାଜଙ୍କ ସହ କେନ୍ଦ୍ରମନ୍ତ୍ରୀ ନିତିନ ଗଡକରୀଙ୍କୁ ତୁଳନା କରିଥିଲେ । ଶିବାଜୀ ମହାରାଜ ପୁରୁଣା ହୋଇସାରିଛନ୍ତି ଏବଂ ଆଜିର ସମୟରେ ବିଆର ଆମ୍ୱେଦକର ଏବଂ ନିତିନ ଗଡକରୀ ଲୋକଙ୍କ ଆଦର୍ଶ ବୋଲି ଗତ ଶନିବାର ରାଜ୍ୟପାଳ କହିଥିଲେ । ଏହି ବୟାନ ପରେ ମହାରାଷ୍ଟ୍ରରେ ରାଜନୈତିକ ବାୟନବାଜି ଜୋର ହୋଇଛି । ରାଜ୍ୟରେ ବିଜେପିର ସହଯୋଗୀ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ଗୋଷ୍ଠୀ ମଧ୍ୟ ଏହାକୁ ନେଇ ଆପତ୍ତି ଉଠାଇଥିଲା ।

   Related Posts