ବଲାଙ୍ଗୀର ୧୩/୧୧: ବଲାଙ୍ଗୀର ସଇଁନ୍ତଳାରେ ପୁଣି ଅପେରା ଚାଲିଥିବା ବେଳେ ବନ୍ଦ କରାଇଲେ କୋଶଳ ସେନା । ତେବେ ବଲାଙ୍ଗୀର ଜିଲ୍ଲା ସଇଁନ୍ତଳା ବ୍ଲକ ଟେଣ୍ଡାପାଲି ଗାଁରେ ଲାଗିଥିଲା ସାବିତ୍ରୀ ଗଣନାଟ୍ୟ ।
ଅପେରା ଆରମ୍ଭ ହେବା ସମୟରେ କୋଶଳ ସେନାର ଯୁବକ ମାନେ ସେଠାରେ ପହଞ୍ଚି ଥିଲେ ତା ସହ ସେହି ଗାଁର କିଛି ଲୋକ ମଧ୍ୟ ସେମାନଙ୍କୁ ସମର୍ଥନ ଜଣାଇବା ଦ୍ୱାରା ଅପେରାକୁ ବନ୍ଦ କରିଦିଆଯାଇଥିବା ସୂଚନା ମିଳିଛି। ତେବେ ଯେ କୋଶଳ ଓ ପଶ୍ଚିମ ଓଡିଶା ରେ କଟକି ଅପେରା ଚଳାଇ ଦେବୁନାହିଁ ବୋଲି କହିବା ସହ ତାକୁ ତୀବ୍ର ବିରୋଧ ପାଇଁ ପୁର୍ବରୁ ଚେତାବନୀ ଦେଇଥିଲେ କୋଶଳ ସେନା ।
wp:embed {"url":"https://www.prameyanews7.com/low-pressure-is-coming-rain-is-likely-from-15/","type":"wp-embed","providerNameSlug":"prameya-news-7"} /wp:embedଏନେଇ ବଲାଙ୍ଗୀର ଜିଲ୍ଲା ର ବିଭିନ୍ନ ଅଞ୍ଚଳରେ ଅପେରା ଲାଗୁଥିବା ବେଳେ ତାକୁ ବନ୍ଦ କରୁଛନ୍ତି କୋଶଳ ସେନା। ସଇଁନ୍ତଳା ରେ ମଧ୍ୟ ଏବେ ଅପେରା ବନ୍ଦ ହୋଇଛି।