କୋଶଳ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ କୋଶଳ ମହାବନ୍ଦ, ଗାଡ଼ି ଚଳାଚଳ ସହ ଦୋକାନ ବଜାର ବନ୍ଦ
18/11/2023 at 8:37 AM

ସୋନପୁର/ବଲାଙ୍ଗୀର/କଣ୍ଟାବାଞ୍ଜୀ ୧୮/୧୧: ସୁବର୍ଣ୍ଣପୁର୍ କୋଶଳ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଆଜି କୋଶଳ ମହାବନ୍ଦ ସାମିଲ ହୋଇଛି । ଜିଲ୍ଲାରେ ଗାଡ଼ି ଚଳାଚଳ, ଦୋକାନ ବଜାର ବନ୍ଦ ରହିଛି । ସହରରେ ଶାନ୍ତିପୂର୍ଣ୍ଣ ଏବଂ ଗଣତାନ୍ତ୍ରିକ ଉପାୟରେ ବନ୍ଦ ପାଳନ ହେଉଛି । ଏଥିପାଇ ଜିଲ୍ଲା ପ୍ରଶାସନ ବ୍ୟାପକ ପୋଲିସ ମୁତୟନ କରାଯାଇଛି।
ସୁବର୍ଣ୍ଣପୁର୍ କୋଶଳ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ସୁବର୍ଣ୍ଣପୁର, ତରଭା ଉଲୁଣ୍ଡା ବ୍ଲକରେ ପିକେଟିଂ କରି ଗାଡିମଟର ଚଳାଚଳକୁ ବନ୍ଦ କରାଯାଇଛି । ସକାଳ ୬ ରୁ ପ୍ରଥମେ ଜିଲ୍ଲା ପୋଷ୍ଟ ଅଫିସ କାର୍ଯ୍ୟାଳୟକୁ ବନ୍ଦ କରାଯାଇଥିଲା । ପରେ ପରେ ପେକେଟିଂ କରି ବିଭିନ୍ନ ସ୍ଥାନରେ ବୁଲିଥିଲେ ଆନ୍ଦୋଳନ କରି ଯାଉଠି କିଛି ଖୋଲା ଥିଲା ତାକୁ ବନ୍ଦ କରୁଥିଲେ। ତେବେ ବିଭିନ୍ନ ସ୍ଥାନରୁ ଆସୁଥୁବା ଗାଡି ଗୁଡିକୁ ରାସ୍ତା ଅଟକାଇ ରଖୁଛନ୍ତି।
ତେବେ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ଦାବି ରେ ଆଜି ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଉଛି । କୋଶଳ ସମନ୍ୱୟ ସମିତି ପକ୍ଷରୁ ଦିଆଯାଇଥିବା ଏହି ଡାକରା ରେ ସ୍କୁଲ କଲେଜ, ଦୋକାନ ବଜାର, ସରକାରୀ ବେସରକାରୀ କାର୍ଯ୍ୟାଳୟ ସହ ଚକ ଅଖ ସବୁକିଛି ଠପ ହୋଇଯାଇଛି । ସେପଟେ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି।