ଆସନ୍ତା ୧୮ ତାରିଖରେ ହେବ କୋଶଳ ମହାବନ୍ଦ, ସ୍କୁଲ-କଲେଜ ସହ ବନ୍ଦ ରହିବ ଦୋକାନ-ବଜାର

Published By : Prameya-News7 Bureau | November 11, 2023 IST

ବଲାଙ୍ଗୀର ୧୧/୧୧: ଆସନ୍ତା ୧୮ ତାରିଖରେ ଠପ୍‌ ହେବ ସମସ୍ତ ପଶ୍ଚିମ ଓଡିଶା । କୋଶଳ ମହାବନ୍ଦ ପାଳନ କରିବ କୋଶଳ ସମସ୍ତ ସଂଗଠନ। ଏଥିପାଇଁ ଆଜି ସ୍ଥାନୀୟ ଜିଲ୍ଲା ସାମ୍ବାଦିକ ଭବନ ଠାରେ କୋଶଳ ରାଜ୍ୟ ସମନ୍ଵୟ ସମିତି ପକ୍ଷରୁ ଦିଆଯାଇଛି ସୂଚନା । ପଶ୍ଚିମ ଓଡିଶାକୁ ଅବହେଳା ସହ ସ୍ଵତନ୍ତ୍ର ରାଜ୍ୟ ଦାବି ନେଇ ଏହି ମହାବନ୍ଦ ପାଳନ କରିବ କୋଶଳ ସମସ୍ତ ଅଞ୍ଚଳ ସଂଗଠନ ।

ଏଥିରେ ବିଭିନ୍ନ ସଂଗଠନ ମଧ୍ୟ ସାମିଲ ହେବାର ରହିଛି ଯୋଜନା । ୧୮ ତାରିଖ ସକାଳ ୬ଟା ରୁ ସନ୍ଧ୍ୟା ୬ ଟା ପର୍ଯ୍ୟନ୍ତ ଏହି ବନ୍ଦ ପାଳନ ହେବ। ସ୍କୁଲ-କଲେଜ, ଦୋକାନ-ବଜାର , ସରକାରୀ ବେସରକାରୀ ସ୍କୁଲ ଶିକ୍ଷାନୁଷ୍ଠାନ ଓ କାର୍ଯ୍ୟାଳୟ ସବୁକିଛି ବନ୍ଦ ରହିବ। ସେହିପରି ଗାଡି ଚଳାଚଳ ମଧ୍ୟ ଠପ ହେବ। ସେହିପରି ଜରୁରୀ ସେବା କୁ ବାଦ ଦେଇଛି ସଂଗଠନ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.