ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ରାଜ୍ୟରେ ମହିଳା ଉଦ୍ୟୋଗୀଙ୍କ ପାଇଁ ହେବ ଶିଳ୍ପ ପାର୍କ, ମେକ୍‌ ଇନ୍‌ ଓଡିଶା କନ୍‌କ୍ଲେଭ୍‌ରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା
  • ||
  • ଭୁବନେଶ୍ୱର: ଇଡିରେ ହାଜର ହେଲେ ଶିବ ପ୍ରସାଦ, ଅର୍ଚ୍ଚନାଙ୍କ ସହ ଟଙ୍କା କାରବାର ନେଇ ଦ୍ୱିତୀୟ ଥର ହାଜିରା
  • ||
  • କୋଣାର୍କ: ଦର୍ଶକଙ୍କ ମନ ମୋହୁଛି ମହୋତ୍ସବ, ଦ୍ୱିତୀୟ ସଂଧ୍ୟାରେ ଦର୍ଶକଙ୍କୁ ଆକର୍ଷିତ କଲା ମଣିପୁରୀ ନୃତ୍ୟ
  • ||
  • ଉମରକୋଟ : ଗଛକୁ ପିଟିଲା କାର୍‌ , ତିନି ମୃତ, ଦୁଇ ଗୁରୁତର
  • ||

ପ୍ରସିଦ୍ଧ ସାଉଥ୍ କୋରିଆ ଅଭିନେତ୍ରୀ କିମ୍ ମିନ୍-କ୍ୟୁଙ୍ଗଙ୍କ ପରଲୋକ

19/08/2021 at 4:22 PM

ମୁମ୍ବାଇ ୧୯/୦୮ :  ଭେଟେରାନ ଦକ୍ଷିଣ କୋରିଆ ଅଭିନେତ୍ରୀ କିମ୍ ମିନ୍-କ୍ୟୁଙ୍ଗଙ୍କ ୬୧ ବର୍ଷ ବୟସରେ ଦେହାନ୍ତ ହୋଇଛି । ଅଭିନେତ୍ରୀଙ୍କ ଦେହାନ୍ତର ଖବର ସାଉଥ୍ କୋରିଆର ଏକ ପୋର୍ଟାଲ୍ ଦେଇଛି । ଯେଉଁଥିରେ ଜଣାପଡିଛି ଯେ ଅଭିନେତ୍ରୀ ସିଓଲର ଏକ ହସ୍ପିଟାଲ୍‌ରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି, କିନ୍ତୁ ତାଙ୍କ ମୃତ୍ୟୁର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ।

କିମ୍ ମିନ୍ ୧୯୭୯ ରେ ନିଜର କ୍ୟାରିୟର୍ ଆରମ୍ଭ କରିଥିଲେ । ଡେବ୍ୟୁ  ସହିତ ସେ ଜବରଦସ୍ତ ସଫଳତା ମଧ୍ୟ ହାସଲ କରିଥିଲେ । ୧୯୮୧ ରେ ତାଙ୍କୁ କୋରିଆ ଥିଏଟର ଫେଷ୍ଟିଭାଲ୍‌ରେ ବେଷ୍ଟ ନ୍ୟୁକମର୍ ଆୱାର୍ଡରେ ସମ୍ମାନୀତ କରାଯାଇଥିଲା । ଏହାପରେ ସେ ଅନେକ ଫିଲ୍ମ ଏବଂ ସିରିଏଲ୍‌ରେ ନଜର ଆସିଥିଲେ ।

କିମ୍‌ ମିନ୍‌ ତଜ୍ଜା, ସମୱନ୍ ବିହାଇଣ୍ଡ ୟୁ, ହ୍ୱେୟର୍ ଦ ଟ୍ରୁଥ୍ ଲାଇଫ୍ ଭଳି ଫିଲ୍ମ ପାଇଁ ପ୍ରସିଦ୍ଧ ଥିଲେ । କିମ୍ ଶେଷ ଥରପାଇଁ ଫିଲ୍ମ ମାଉସ୍ ଏବଂ ଏ ଗୁଡ୍ ସପର୍ ରେ ନଜର ଆସିଥିଲେ । ତାଙ୍କର ଦୁଇଟି ଫିଲ୍ମ ଏବେ ରିଲିଜ୍ ପାଇଁ ବାକି ଅଛି ।

   Related Posts