ବୁଢ଼ୀ ଠାକୁରାଣୀ ମନ୍ଦିର ପୂଜକ ହତ୍ୟା ମାମଲା, ୨ ଯୁବତୀଙ୍କ ସମେତ ୭ ଗିରଫ

Published By : Prameya-News7 Bureau | November 12, 2023 IST

କୋରାପୁଟ: ଗତ ୮ ତାରିଖରେ କୋରାପୁଟ ସହର ବାଟ ମଙ୍ଗଳା ଛକ ସ୍ଥିତ ବୁଢ଼ୀ ଠାକୁରାଣୀ ମନ୍ଦିର ପୂଜକ ରମେଶ ତ୍ରିପାଠୀ ହତ୍ୟା ମାମଲାର ଖୁଲାସା କରିଛି ଟାଉନ୍ ପୁଲିସ। ଘଟଣାରେ ସଂପୃକ୍ତ ୨ ଯୁବତୀ ଓ ୫ ଜଣ ଯୁବକଙ୍କୁ ଗିରଫ କରିଛି। ଗିରଫ ଦୁଇ ଯୁବତୀ ହେଲେ ସହରର ହାଟପଦା ଅଞ୍ଚଳର ସରସ୍ଵତୀ ଜାନୀ ଓ ରଥ ଶର୍ମା କଲୋନୀ ଅଞ୍ଚଳର ରମା ଗୌଡ଼।

ସେହିପରି ଅନ୍ୟ ୫ ଜଣ ଅଭିଯୁକ୍ତ ହେଲେ ନାଳଚୁଆଁ ଗାଁର ପ୍ରତାପ ଟାକରି, ଇନ୍ଦିରା କଲୋନୀର କିଶାନ ବାଗ, ପିଏଚଡି କଲୋନୀର ନିରଜ୍ ବେନିଆ, ହାଟପଦା ଅଞ୍ଚଳର ମହେନ୍ଦ୍ର ପାଣିଗ୍ରାହୀ ଓ ମିଶନ କମ୍ପାଉଣ୍ଡ ଅଞ୍ଚଳର ଅଶୋକ ରାୟ। ଏହି ଅଭିଯୁକ୍ତ ମାନଙ୍କ ଠାରୁ ନଗଦ ୧୫ ହଜାର ଟଙ୍କା, ସୁନା ଓ ରୂପା ଗହଣା, ୬ ଟି ମୋବାଇଲ, ଗୋଟାଏ ପୋଡ଼ା ହୋଇଥିବା ମୋବାଇଲ ଓ ଚାବି ପେନ୍ଥା ଜବତ ହୋଇଛି।

ଆହୁରି ପଢ଼ନ୍ତୁ: ବିଳମ୍ବିତ ରାତିରେ ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟରୁ ଚୋରୀ

ତେବେ ଅଭିଯୁକ୍ତଙ୍କର ମୁଖ୍ୟତଃ ଲୁଟ୍‌ ଉଦ୍ଦେଶ୍ୟ ଥିଲା। ହେଲେ ଏମାନେ ଲୁଟ୍ କରିବା ପାଇଁ ପୂଜକଙ୍କୁ ମୁହଁରେ କପଡ଼ା ବାନ୍ଧି ଦେଇଥିଲେ ଏବଂ ତାଙ୍କର ଗୋଡ଼ ହାତ ମଧ୍ୟ ବାନ୍ଧି ରଖିଥିଲେ। ଫଳରେ ପୂଜକଙ୍କ ମୃତ୍ୟୁ ହୋଇଥିବା ଟାଉନ୍ ଥାନା ପରିସରରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ସୂଚନା ଦେଇଛି ପୋଲିସ୍ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.