ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ଗଞ୍ଜାମ: ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କପି ବିଜେପି ନେତା ଗିରଫ
  • ||
  • ପୁରୁଷୋତ୍ତମପୁର: ରାଜନୈତିକ ଶତୃତାରୁ ଗୁଳିକାଣ୍ଡ; ଗୁରୁତର ଯୁବକ ମେଡିକାଲ୍‌ରେ ଭର୍ତ୍ତି
  • ||
  • ବୁଲେଟପ୍ରୁଫ୍‌ କଣ୍ଟେନରରେ ରାଲିରେ ପହଞ୍ଚି ସମ୍ବୋଧନ କଲେ ଇମରାନ୍‌, ଆତଙ୍କୀ ଆକ୍ରମଣ ନେଇ ରହିଥିଲା ଚେତାବନୀ
  • ||
  • ଇସ୍ରୋକୁ ବଡ଼ ସଫଳତା, ସଫଳତାପୂର୍ବକ ଲଞ୍ଚ କଲା ଓ୍ବାନଓ୍ବେବର ୩୬ ଉପଗ୍ରହ
  • ||
  • ରାଜଧାନୀରେ ପୁଣି ଏନ୍‌କାଉଣ୍ଟର, ପୋଲିସ ଗୁଳିରେ ଅପରାଧି ଜିତୁ ଆହତ
  • ||
  • ୟୁକ୍ରେନ ସହ ଯୁଦ୍ଧ ମଧ୍ୟରେ ପୁଟିନ୍‌ଙ୍କ ବଡ଼ ଘୋଷଣା, କହିଲେ-ବେଲାରୁସ୍‌ରେ ପରମାଣୁ ହତିଆର ନିୟୋଜିତ କରିବ ରୁଷ
  • ||
  • ଭୂମିକମ୍ପ ଝଟକା ଥରିଲା ରାଜସ୍ଥାନ, ବିକାନୋର ଠାରୁ ୫୧୬ କିମି ଦୂରରେ କେନ୍ଦ୍ରସ୍ଥଳ
  • ||

କୋରାପୁଟ ପୋଲିସକୁ ସଫଳତା, ବନ୍ଧା ହେଲା ମୋବାଇଲ୍ ଲୁଟେରା, ୫୧ଟି ଫୋନ୍ ଜବତ

27/01/2023 at 10:13 PM

କୋରାପୁଟ ୨୭/୦୧: ବନ୍ଧା ହେଲେ ମୋବାଇଲ ଲୁଟେରା । ମାଷ୍ଟର ମାଇଣ୍ଡକୁ ଗିରିଫ କଲା କୋରାପୁଟ ପୋଲିସ । ଶହିଦ ଲକ୍ଷ୍ମଣନାୟକ ମେଡିକାଲ କଲେଜ୍ ଓ ହସ୍ପିଟାଲରେ ରୋଗୀ ଓ ସମ୍ପର୍କୀୟଙ୍କ ଠାରୁ ମୋବାଇଲ ଚୋରି କରୁଥିବା ଚୋରକୁ ଟାଉନ୍ ଥାନା ପୋଲିସ ଗିରଫ କରିବା ସହିତ କୋର୍ଟ ଚାଲାଣ କରିଛି । ଏନେଇ ସୂଚନା ଦେଇଛନ୍ତି କୋରାପୁଟ ଆରକ୍ଷୀ ଅଧୀକ୍ଷକ ।

ଗତ କିଛି ଦିନ ହେଲା ଶହିଦ ଲକ୍ଷ୍ମଣନାୟକ ମେଡିକାଲ କଲେଜ୍ ଓ ହସ୍ପିଟାଲରେ ରୋଗୀ ଓ ସମ୍ପର୍କୀୟଙ୍କ ଠାରୁ ଲଗାତାର ମୋବାଇଲ୍ ଚୋରି ଘଟଣା ସାମ୍ନା ଆସୁଥିଲା । ଏନେଇ ପ୍ରତିଦିନ ଟାଉନ ଥାନାରେ ମଧ୍ୟ ଅଭିଯୋଗ ହେଉଥିଲା । ପୋଲିସ ଚୋର ମାଷ୍ଟର ମାଇଣ୍ଡକୁ ଧରିବା ପାଇଁ ପ୍ଲୁଣ୍ଟ ପ୍ରସ୍ତୁତ କରିଥିଲା । ସ୍ବସ୍ତିନଗରରେ ଅଭିଯୁକ୍ତ ଥିବା ଖବର ପାଇବା ପରେ ପୋଲିସ ଚଢ଼ାଉ କରିଥିଲା । ସେଠାରୁ ମାଷ୍ଟର ମାଇଣ୍ଡକୁ ଗିରଫ କରି କୋର୍ଟ ଚାଲାଣ କରିଛି ଟାଉନ ଥାନା ପୋଲିସ । ମୋଟ୍ ୫୧ଟି ମୋବାଇଲ୍ ଫୋନ୍ ଜବତ ହୋଇଥିବାବେଳେ ଅଭିଯୁକ୍ତ ଠାରୁ ୧୭ଟି ଏବଂ କୋରାପୁଟର ବିଭିନ୍ନ ମୋବାଇଲ୍ ଦୋକାନରୁ ୩୪ଟି ମୋବାଇଲ୍ ଜବତ କରିଛି ପୋଲିସ । ଶୀଘ୍ର ଅନ୍ୟ ସମସ୍ତ ଚୋରଙ୍କୁ ଗିରଫ କରାଯିବ ବୋଲି କୋରାପୁଟ ଏସପି ଅଭିନବ ସୋନକର କହିଛନ୍ତି ।

   Related Posts