AKK 2023
MONGINIS 728X90
Hari omm 2
AKK2023
hari om films
WEB_F-8
MONGINIS 728X90
Showcase2022
HARI-OMM_728X90_B
WEB_F-9
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆନନ୍ଦପୁର: ମହୁମାଛି ଆକ୍ରମଣରେ ୧୫ରୁ ଅଧିକ ଆହତ, ଜାବନ ବଞ୍ଚାଇବାକୁ ଦୌଡିଲେ ଲୋକେ
  • ||
  • ଭୁବନେଶ୍ୱର: ଓଡ଼ିଶା ଆସିବେ ଅମିତ୍ ଶାହା, ବୁଥ ସ୍ତରୀୟ କାର୍ଯ୍ୟକ୍ରମରେ ଯୋଗଦେବେ
  • ||
  • ଭୁବନେଶ୍ୱର: କମୁଛି ଶୀତ, ବଢୁଛି ତାତି: ଟ୍ୱିନସିଟିରେ ପାରଦ ଉପରମୁହାଁ
  • ||

ମାଳି ପର୍ବତରୁ ଖଣି ଖନନ ପାଇଁ ପୁଣି ଜନ ଶୁଣାଣି, ପ୍ରଶାସନ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା

7/01/2023 at 1:27 PM

କୋରାପୁଟ ୦୭।୦୧ : କୋରାପୁଟ ମାଳି ପର୍ବତରୁ ଖଣି ଖନନ ପାଇଁ ଆଜି ଜନ ଶୁଣାଣି ଚାଲିଛି । ଏହାକୁ ଦୃଷ୍ଟିରେ ରଖି ପ୍ରଶାସନ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିଛି। ପୂର୍ବରୁ ଖଣି ଖନନକୁ ନେଇ ଦୁଇ ଥର ଜନଶୁଣାଣି ହୋଇଥିବା ବେଳେ ପ୍ରବଳ ବିରୋଧୀ ଦେଖା ଦେଇଥିଲା ।

ଖବର ଅନୁଯାୟୀ, ୨୦୨୧ ସେପ୍ଟେମ୍ବର ୨୨ରେ ଜନ ଶୁଣାଣି ବେଳେ ମାଳି ପର୍ବତ ସୁରକ୍ଷା ସମିତି ପକ୍ଷରୁ ଖଣି ଖନନ ଜନଶୁଣାଣିକୁ ପ୍ରବଳ ବିରୋଧ କରାଯାଇଥିଲା। ଫଳରେ ଜନଶୁଣାଣି ଅଧାରୁ ବନ୍ଦ ରଖାଯାଇଥିଲା। ମାଳି ପର୍ବତ ସୁରକ୍ଷା ସମିତିର ହଜାର ହଜାର ସମର୍ଥକ ଆଦିବାସୀ ଅସ୍ତ୍ରଶସ୍ତ୍ର ଧରି ଧସେଇ ପଶିଥିଲେ ।

ଏପିରିକି ସଭା ପାଇଁ ପ୍ରସ୍ତୁତ ଟେଣ୍ଟକୁ ଭଙ୍ଗା ରୁଜା କରିବା ଫଳରେ ଜନ ଶୁଣାଣିକୁ ବନ୍ଦ କରି ଫେରିଥିଲା ପ୍ରଶାସନ । ପୁଣି ଥରେ ଜନଶୁଣାଣି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ଜିଲ୍ଲା ପ୍ରଶାସନର ଜନଶୁଣାଣିରେ କୋରାପୁଟ ଜିଲ୍ଲା ଜଜ୍ ଙ୍କ ସହ ପରିବେଶ ବିଭାଗ ଅଧିକାରୀ ମାନେ ଉପସ୍ଥିତ ଅଛନ୍ତି। ଜନଶୁଣାଣି ସମୟରେ ବିରୋଧ ହେବାର ଆଶଙ୍କା ଥିବାରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।

   Related Posts