ବିଧାୟକ ପଦରୁ ଇସ୍ତଫା ଦେଲେ କୃଷ୍ଣ ଚନ୍ଦ୍ର ଶଗରିଆ

Published By : Prameya-News7 Bureau | October 30, 2018 IST

କୋରାପୁଟ ୩୦/୧୦ : କୋରାପୁଟର କଂଗ୍ରେସ ବିଧାୟକ କୃଷ୍ଣ ଚନ୍ଦ୍ର ଶଗରିଆ ବିଧାୟକ ପଦରୁ ଇସ୍ତଫା ପ୍ରଦାନ କରିଛନ୍ତି | ଦଳିତଙ୍କ ଉପରେ ଅତ୍ୟାଚାର ଏବଂ ସେମାନଙ୍କୁ ନ୍ୟାୟ ନମିଳିବା ପ୍ରତିବାଦରେ ସେ ଇସ୍ତଫା ଦେଇଥିବା ଏକ ପ୍ରେସ ବିଜ୍ଞପ୍ତିରେ କହିଛନ୍ତି | ମୁଖ୍ୟତଃ କୁନ୍ଦୁଲି ପୀଡିତାଙ୍କୁ ନ୍ୟାୟ ପ୍ରଦାନ କରିନପାରିବ ଯୋଗୁଁ ସେ ଇସ୍ତଫା ଦେଇଥିବା ଇଙ୍ଗିତ କରିଛନ୍ତି | ଦଳିତ ମାନଙ୍କୁ ନ୍ୟାୟ ନମିଳିବା ପ୍ରତିବାଦରେ ଡିସେମ୍ବର ୬ରେ ଭୁବନେଶ୍ବରରେ ସମାବେଶ ହେବ ବୋଲି ମଧ୍ୟ ସେ ବିଜ୍ଞପ୍ତିରେ ସୂଚନା ଦେଇଛନ୍ତି | ସୂଚନାଯୋଗ୍ୟ ଯେ, କିଛି ଦିନ ତଳେ କଂଗ୍ରେସ ଦଳିତ ସେଲର ଅଧ୍ୟକ୍ଷ ପଦରୁ ତାଙ୍କୁ ପରିବର୍ତନ କରି ସାଧାରଣ ସମ୍ପାଦକ କରାଯାଇଥିଲା | କିନ୍ତୁ ଶଗରିଆ ଏହାକୁ ପ୍ରତ୍ୟାଖ୍ୟାନ କରିଥିଲେ | ଜୟପୁର ବିଧାୟକ ତାର ପ୍ରସାଦ ବାହିନୀପତି ଏବଂ ଦଳୀୟ ନେତୃତ୍ୱ ସହିତ ତାଙ୍କର ସମ୍ପର୍କ ଧୀରେ ଧୀରେ ତିକ୍ତ ହୋଇଆସୁଥିଲା | ଠିକ ଏହି ସମୟରେ ଦଳିତମାନଙ୍କୁ ନ୍ୟାୟ ପ୍ରଦାନ ଅଳରେ ସେ ବିଧାୟକ ପଦରୁ ଇସ୍ତଫା ଦେବା ଭିନ୍ନ ଏକ ରାଜନୈତିକ ସମୀକରଣ ଆଡକୁ ଇଙ୍ଗିତ କରୁଥିବା ଆଲୋଚନା ହେଉଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.