ଏଥର ହେବ ଡିଜିଟାଲ୍ ଲଢେଇ, ସୋସିଆଲ ମିଡ଼ିଆକୁ ପ୍ରମୁଖ ଅସ୍ତ୍ର ଭାବେ ବ୍ୟବହାର ପାଇଁ କୋରାପୁଟ ବିଜେଡିର ପ୍ରସ୍ତୁତି

Published By : Prameya-News7 Bureau | August 26, 2023 IST

କୋରାପୁଟ ୨୬।୮: ଏଥର ହେବ ଡିଜିଟାଲ ଲଢେଇ । ସୋସିଆଲ ମିଡ଼ିଆକୁ ପ୍ରମୁଖ ଅସ୍ତ୍ର ଭାବେ ବ୍ୟବହାର କରିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଛି ବିଜେଡି । ଆସନ୍ତା ସାଧାରଣ ନିର୍ବାଚନ ପାଇଁ କୋରାପୁଟରେ ଡିଜିଟାଲ ଲଢେଇ ପାଇଁ ପ୍ରସ୍ତୁତ ହେଉଛି ଦଳ । ସୋସିଆଲ ମିଡିଆରେ ବିରୋଧୀଙ୍କୁ ଘେରିବାକୁ କୋରାପୁଟରେ ସୋସିଆଲ ମିଡ଼ିଆର ଏକ ସ୍ଵତନ୍ତ୍ର ଟିମ୍ ପ୍ରସ୍ତୁତ କରାଯାଉଛି । ବିଜୁ ଜନତା ଦଳ ଓ ରାଜ୍ୟ ସରକାରଙ୍କ ପ୍ରତ୍ୟେକଟି ଯୋଜନା ସୋସିଆଲ ମିଡ଼ିଆ ମାଧ୍ୟମରେ ଲୋକଙ୍କ ନିକଟକୁ ପହଞ୍ଚାଇବାକୁ ପ୍ରୟାସ କରୁଛି ଦଳ ।

{"id":836149,"sizeSlug":"full","linkDestination":"none"}

ବିରୋଧୀ ଦଳକୁ ତୃଣମୂଳ ସ୍ତରରେ ଟାର୍ଗେଟ କରିବା ନେଇ ସ୍ଥାନୀୟ ବିଜୁ ପାଠାଗାର ଠାରେ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ସାଧାରଣ ସମ୍ପାଦକ ଈଶ୍ଵର ପାଣିଗ୍ରାହୀ, ଜିଲ୍ଲା ବିଜେଡି ସଭାପତିଙ୍କ ସହ କୋରାପୁଟ ବିଧାୟକ, ଲକ୍ଷ୍ମୀପୁର ବିଧାୟକ ଓ ପୌର ଅଧ୍ୟକ୍ଷ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଆଗକୁ କିଭଳି ଭାବରେ ବିରୋଧୀଙ୍କୁ ଟାର୍ଗେଟ କରାଯିବ ସେନେଇ ବିଜେଡ଼ି ଆଇଟି ଏକ୍ସପର୍ଟ ବିଶ୍ଵ ରଞ୍ଜନ ନାୟକ ଆଲୋଚନା କରିଥିଲେ ।

{"id":836150,"sizeSlug":"full","linkDestination":"none"}

ବୈଠକରେ ଆଗାମୀ ଦିନରେ ଦଳକୁ ଆହୁରି ଶକ୍ତିଶାଳୀ କରିବାକୁ ଏକ ରୂପରେଖା ପ୍ରସ୍ତୁତ କରାଯାଇଥିବା ଦେଖିବାକୁ ମିଳିଛି । ତେବେ ଆସନ୍ତା ସାଧାରଣ ନିର୍ବାଚନରେ ସୋସିଆଲ ମିଡ଼ିଆ ଲଢେଇ ଜୋରଦାର ହେବା ନେଇ ସ୍ପଷ୍ଟ ବାରି ହୋଇପଡୁଛି ।

You Can Read :

wp:embed {"url":"https://www.prameyanews7.com/borigumma-block-supply-assistants-give-application-to-bdo-for-mass-leave/","type":"wp-embed","providerNameSlug":"prameya-news-7"}
https://www.prameyanews7.com/borigumma-block-supply-assistants-give-application-to-bdo-for-mass-leave/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.