କୋରାଇ ରେଳ ଦୁର୍ଘଟଣା: ମୃତକଙ୍କ ପରିବାରକୁ ମିଳିଲା କ୍ଷତି ପୂରଣ ରାଶି
7/12/2022 at 7:18 PM

ଯାଜପୁର ରୋଡ଼୍ ୦୭/୧୨: ପୁର ଯାଜପୁର ଜିଲ୍ଲା କୋରାଇ ରେଳ ଷ୍ଟେସନରେ ମାଲବାହୀ ଟ୍ରେନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାରକୁ ଅନୁକମ୍ପା ରାଶି ପ୍ରଦାନ କଲେ ରାଜ୍ୟ ସରକାର। କୋରାଇ ବିଧାୟକ ଅଶୋକ ବଳଙ୍କ ସହିତ ଅତିରିକ୍ତ ଜିଲ୍ଲାପାଳ, ସ୍ଥାନୀୟ ବିଡ଼ିଓ ଏବଂ ଅତିରିକ୍ତ ତହସିଲଦାର ମୃତକଙ୍କ ପରିବାର ପାକରେ ପହଞ୍ଚି ସରକାର ଘୋଷଣା ମୁତାବକ ୨ ଲକ୍ଷ ଟଙ୍କାର ଚେକ୍ ଦେଇଛନ୍ତି।

ସୂଚନାଥାଉକି, ଗତ କିଛିଦିନ ତଳେ କୋରାଇ ରେଳ ଷ୍ଟେସନରେ ମାଲବାହୀ ଟ୍ରେନ ଦୁର୍ଘଟଣାରେ ତିନି ମହିଳା ପ୍ରାଣ ହରାଇଥିଲେ। ମୃତା ମହିଳାଙ୍କ ମଧ୍ୟରୁ ଜଣେ କୋରାଇ ଥାନା ଶଙ୍ଖପାରୀ ଗ୍ରାମର ସେକ୍ ମୋଇଉଦ୍ଦିନଙ୍କ ସ୍ତ୍ରୀ ଅବଜୁନ୍ ବିବି ହୋଇଥିବା ବେଳେ ଅନ୍ୟ ୨ ଜଣ ପାଣିକୋଇଲି ଥାନା ତାଜପୁର ଗାଁର କୁନା ବିନ୍ଧାଣିଙ୍କ ପତ୍ନୀ ପାର୍ବତୀ ବିନ୍ଧାଣି ଓ ଝିଅ କଣ୍ଢେଇ ବିନ୍ଧାଣି।
Related Posts
ନବ ଦାସଙ୍କୁ କେମିତି ହତ୍ୟା କରିଥିଲା, ବନ୍ଧୁକ ଧରି ଡେମୋ ଦେଖାଇଲା ଗୋପାଳ
7 February 2023
ଧରାପଡିଲେ ୭ ଡକାୟତ, ଅନେକ ସ୍ଥାନରୁ ଲୁଟି ପୋଲିସ୍କୁ ଦେଉଥିଲେ ଚକ୍ମା
7 February 2023