ନୂଆଦିଲ୍ଲୀ, ୨୦/୦୪: ଟ୍ବିଟରର ଭାରତୀୟ ପ୍ରତିନ୍ଦ୍ବନ୍ଦ୍ବୀ ତଥା ମାଇକ୍ରୋବ୍ଲଗିଂ ପ୍ଲାଟଫର୍ମ ‘Koo’ ଏହାର ପ୍ରାୟ ଏକ ତୃତୀୟାଂଶ କର୍ମଚାରୀଙ୍କୁ ଚାକିରିରୁ ଛଟେଇ କରିଛି। ଏହି ଛଟେଇରେ ପ୍ରାୟ ୨୫୦ କର୍ମଚାରୀ ପ୍ରଭାବିତ ହୋଇଛନ୍ତି। ରିପୋର୍ଟ ଅନୁଯାୟୀ କର୍ମଚାରୀଙ୍କ କ୍ଷତିପୂରଣ ସହ ସେମାନଙ୍କର ଛଟେଇ କରାଯାଇଛି।
ସୂଚନା ଥାଉ Kooର ସ୍ଥାପନା ତିନି ବର୍ଷ ପୂର୍ବେ ହୋଇଥିଲା ଏବଂ ଏହା ଭାରତରେ ଟ୍ବିଟରର ବିକଳ୍ପ ଭାବରେ ଲୋକପ୍ରିୟତା ହାସଲ କରିଥିଲା। ତେବେ ଆର୍ଥିକ ସଙ୍କଟ ମଧ୍ୟରେ ମଧ୍ୟରେ ବି କମ୍ପାନୀ ଏହାର ସଞ୍ଚାଳନ ଜାରି ରଖିବା ପାଇଁ ଯୋଜନା କରୁଛି ଏବଂ ଏଥିପାଇଁ ଏହି ଛଟେଇ କରାଯାଇଛି।