ସୁସ୍ଥ ହେଉନାହାନ୍ତି କନିକା , ତୃତୀୟ ରିପୋର୍ଟ ବି ପଜେଟିଭ୍‌

Published By : Prameya-News7 Bureau | March 26, 2020 IST

ନୂଆଦିଲ୍ଲୀ ୨୬।୦୩: କରୋନା ଭାଇରସ୍‌ ସଂକ୍ରମିତ ହୋଇଥିବା ବଲିଉଡର ବିଶିଷ୍ଟ ଗାୟିକା କନିକା କପୁରଙ୍କର ତୃତୀୟଥର ପାଇଁ ସ୍ୱାବ ପରୀକ୍ଷା କରାଯାଇଛି । ଗତ ମଙ୍ଗଳବାର ରାତିରେ ମିଳିଥିବା ଏହି ପରୀକ୍ଷା ରିପୋର୍ଟରୁ ପଜିଟିଭ୍‌ ଥିବା ଜଣାପଡିଛି । ପୂର୍ବରୁ ଗତ ରବିବାର ତାଙ୍କର ଦ୍ୱିତୀୟ ପରୀକ୍ଷା କରାଯାଇଥିଲା ଓ ସେଥିରେ ତାହା ପଜିଟିଭ୍‌ ଆସିଥିଲା ।

ବର୍ତ୍ତମାନ ସେ ଲକ୍ଷ୍ନୌର ସଞ୍ଜୟ ଗାନ୍ଧୀ ପୋଷ୍ଟ ଗ୍ରାଜୁଏଟ ଇନ୍‌ଷ୍ଟ୍ୟୁଟ ଅଫ୍‌ ମେଡକାଲ ସାଇନ୍‌ସେନରେ ଚିକିତ୍ସାଧୀନ ଅଛନ୍ତି । ହସ୍ପିଟାଲର ନିର୍ଦ୍ଦେଶକ ପ୍ରଫେସର ଆର.କେ ଧିମାନ କହିଛନ୍ତି ଲଗାତର ଦୁଇଥର ପରୀକ୍ଷା ରିପୋର୍ଟ ନେଗେଟିଭ୍‌ ଆସିବା ପରେ କନିକାଙ୍କୁ ହସ୍ପିଟାଲରୁ ଛାଡ କରାଯିବ । ତେବେ କନିକାଙ୍କ ସାଥୀ ଓଜାସ ଦେଶାଇଙ୍କର ପରୀକ୍ଷା ରିପୋର୍ଟ ନେଗେଟିଭ ଆସିଥିବା ସେ କହିଛନ୍ତି । କନିକାଙ୍କ ସହିତ ଓଜାସ ତାଜ ହୋଟେଲରେ ଦୁଇଦିନ ଧରି ରହିଥିଲେ । ଇତିମଧ୍ୟରେ କନିକାଙ୍କ ସହ ଏକ ଡିନର ପାର୍ଟିରେ ସାମିଲ ହୋଇଥିବା ସମସ୍ତଙ୍କ ପରୀକ୍ଷା ରିପୋର୍ଟ ନେଗେଟିଭ୍‌ ଆସିଛି । ଏହି ପାର୍ଟିରେ ରାଜନେତା, ବ୍ୟବସାୟୀ, ଶିଳ୍ପପତି, ସେଲିବ୍ରିଟିଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦେଇଥିବାରୁ ସେମାନେ ଆଶ୍ୱସ୍ତ ହୋଇଛନ୍ତି । ବଲିଉଡା ଗାୟିକା କନିକା ବିଦେଶରୁ ଫେରିବା ପରେ କୌଣସି ମେଡିକାଲ ଯାଞ୍ଚ କରିନଥିଲେ । ଏହାପରେ ସେ ମଧ୍ୟ ପାର୍ଟିର ଆଯୋଜନ କରିଥିଲେ । ପାର୍ଟିରେ ପ୍ରାୟ ୪୦୦ଅତିଥି ଯୋଗଦେଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.