କୁହୁଡ଼ି ଆସ୍ତରଣରେ ଲୁଚିଗଲା ସୂର୍ଯ୍ୟମନ୍ଦିର
13/12/2022 at 9:36 AM

କୋଣାର୍କ ୧୩।୧୨ : କୁହୁଡ଼ିର ଚାଦର ତଳେ ଘୋଡେଇ ହୋଇଛି ବ୍ଲାକ ପାଗୋଡା। ମଙ୍ଗଳବାର ସକାଳେ ବିଶ୍ଵ ଐତିହ୍ୟ କୋଣାର୍କ ସୂର୍ଯ୍ୟମନ୍ଦିର କୁହୁଡି ବଳୟରେ ଆଚ୍ଛାଦିତ ହୋଇ ରହିଥିଲା। କୁହୁଡ଼ି ଯୋଗୁଁ ସକାଳ ୮ଟା ପର୍ଯ୍ୟନ୍ତ ସୂର୍ଯ୍ୟମନ୍ଦିର ଅଦୃଶ୍ୟ ପ୍ରତୀୟମାନ ହୋଇଥିଲା।
ତେବେ ଦୂରଦୂରାନ୍ତରୁ ଆସିଥିବା ପର୍ଯ୍ୟଟକମାନେ ସୂକ୍ଷ୍ମ କାରୁକାର୍ଯ୍ୟ ଦେଖିପାରିନଥିଲେ। କୁହୁଡ଼ିରେ ରାସ୍ତା ଘାଟ ଏକପ୍ରକାର ଶୂନଶାନ ହୋଇପଡ଼ିଥିଲା। ଅନ୍ୟପକ୍ଷେ ଘନ କୁହୁଡ଼ି ଯୋଗୁଁ ପୁରୀ, ଭୁବନେଶ୍ଵର ରାସ୍ତାରେ ଯାନବାହନ ଚଳାଚଳରେ ବ୍ୟାଘାତ ସୃଷ୍ଟି ହୋଇଥିଲା। ରାସ୍ତା ଦୃଶ୍ୟମାନ ହେଉନଥିବାରୁ ଯାତ୍ରୀମାନେ ଅସୁବିଧାର ସମ୍ମୁଖୀନ ହୋଇଥିଲେ।
Related Posts
ପୂର୍ବ ଶତୃତାରୁ ମରଣାନ୍ତରକ ଆକ୍ରମଣ; ଅଭିଯୁକ୍ତ ଗିରଫ
4 February 2023
ବାଘ ମଣିଷ ମୁହାଁମୁହିଁ : ଗୁରୁତର ଯୁବକ ଡାକ୍ତରଖାନାରେ ଭର୍ତ୍ତି
4 February 2023