କୋଣାର୍କ ଉତ୍ସବ : ଚତୁର୍ଥ ସନ୍ଧ୍ୟାର ପରିବେଶିତ ହୋଇଛି ଭାରତନାଟ୍ୟମ୍

Published By : Prameya-News7 Bureau | December 05, 2022 IST

କୋଣାର୍କ ୦୫।୧୨ :  କୋଣାର୍କ ଉତ୍ସବର ଚତୁର୍ଥ ସନ୍ଧ୍ୟାର ପରିବେଶିତ ହୋଇଛି ଭାରତନାଟ୍ୟମ୍ । ନୃତ୍ୟ ଓ ସଂଗୀତ କାର୍ଯ୍ୟକ୍ରମର ପ୍ରଥମ ଚରଣରେ ଚେନ୍ନାଇର ଲୀଲା ସାମସନ ଓ ସାଥୀ କଳାକାର ଭାରତନାଟ୍ୟମ ପରିବେଷଣ କରିଥିଲେ । ନୃତ୍ୟରେ ଗଜାନନ ସ୍ତୁତି ପରେ ଭଗବାନ ଶିବଙ୍କ ନୃତ୍ୟାୟନର ପୃଷ୍ଠଭୂମିରେ ଉପସ୍ଥାପିତ ହୋଇଥିଲା ନୃତ୍ୟ ।

ଭୁବନେଶ୍ୱରର ସୁରଭି କଳାକାରଙ୍କ ପକ୍ଷରୁ ଓଡିଶୀ ନୃତ୍ୟ ପରିବେଷଣ ହୋଇଥିଲା। ମୁକ୍ତାକାଶ ରଙ୍ଗମଞ୍ଚ ରେ ଓଡ଼ିଶାର ଅଭିଜ୍ଞ ଓଡ଼ିଶୀ ନୃତ୍ୟ ଶିଳ୍ପୀ ମାନଙ୍କ ଦ୍ଵାରା ଓଡିଶୀ ପରିବେଶିତ ହୋଇଥିଲା । ଅତିଥି ଭାବେ ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା ଆର. ବାଲକ୍ରିଷ୍ଣନ ଯୋଗ ଦେଇଥିଲେ । ଚନ୍ଦ୍ରଭାଗା ବେଳାଭୂମିରେ ଅନ୍ତର୍ଜାତୀୟ ବାଲୁକା କଳା ଉତ୍ସବରେ ବାଲୁକା ଶିଳ୍ପୀମାନେ ମେକ ଇନ୍ ଓଡ଼ିଶା ପ୍ରସଙ୍ଗରେ ବିଭିନ୍ନ କଳାକୃତି ପ୍ରଦର୍ଶିତ କରିଥିଲେ। ବାଲୁକା କଳାରେ ପର୍ଯ୍ୟଟକଙ୍କ ସମେତ ଆଖପାଖ ଅଞ୍ଚଳର ଲୋକଙ୍କ ଭିଡ଼ ଲାଗି ରହିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.