suno sunao
Hari omm 2
hari om films
suno sunao new
HARI-OMM_728X90_B
Showcase2022
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନିଶ୍ଚିନ୍ତକୋଇଲି: ଜୁଏଲାରୀ ଦୋକାନରୁ ଚୋରି, ତାଲା ଭାଙ୍ଗି ଲୁଟିନେଲେ ୧୯ ଲକ୍ଷରୁ ଅଧିକ ସୁନା ଗହଣା
  • ||
  • ପୁରୀ: ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ନୀତି ବିଳମ୍ବ, ଦର୍ଶନ ନପାଇ ଭକ୍ତ ଅସନ୍ତୋଷ
  • ||

ଗୁରୁବାରଠୁ କୋଣାର୍କ ମହୋତ୍ସବ, ଉତ୍ସବମୁଖର ବେଳାଭୂମି

1/12/2022 at 9:08 AM

କୋଣାର୍କ ୦୧।୧୨ : ଗୁରୁବାରଠୁ ଆରମ୍ଭ ହେଉଛି କୋଣାର୍କ ଉତ୍ସବ ଓ ଅନ୍ତର୍ଜାତୀୟ ବାଲୁକା କଳା ମହୋତ୍ସବ । ଏଥିଲାଗି ଉତ୍ସବମୁଖର ହୋଇଉଠିଛି ପର୍ଯ୍ୟଟନସ୍ଥଳୀ କୋଣାର୍କ ଓ ଚନ୍ଦ୍ରଭାଗା ବେଳାଭୂମି । ପର୍ଯ୍ୟଟନ ବିଭାଗ, ପର୍ଯ୍ୟଟନ ଉନ୍ନୟନ ନିଗମ, ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀର ମିଳିତ ଆନୁକୂଲ୍ୟରେ ମୁକ୍ତାକାଶ ରଙ୍ଗମଞ୍ଚରେ ଶାସ୍ତ୍ରୀୟ ନୃତ୍ୟ ଓ ସଙ୍ଗୀତ, ଚନ୍ଦ୍ରଭାଗା ସ୍ୱର୍ଣ୍ଣାଭ ବେଳାଭୂମିରେ ବାଲୁକା କଳା ଉତ୍ସବ ନିମନ୍ତେ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ । ଡିସେମ୍ବର ୧ରୁ ୫ତାରିଖ ପର୍ଯ୍ୟନ୍ତ ୫ଦିନ ଧରି ରଙ୍ଗୀନ ହେବ ରଙ୍ଗମଞ୍ଚ ।

ନୃତ୍ୟଶିଳ୍ପୀ ଓ ଦର୍ଶକଙ୍କ ଅପେକ୍ଷାରେ ସଜେଇ ହେଉଛି ମୁକ୍ତାକାଶ ରଙ୍ଗମଞ୍ଚ । ରଙ୍ଗମଞ୍ଚ ପରିସରରେ ଛୋଟବଡ଼ ବୃକ୍ଷରାଜି, ରଙ୍ଗବେରଙ୍ଗର ଚାନ୍ଦୁଆ, ମାଠିଆ ଉପରେ ଚିତ୍ରକଳା ରାତିର ଶୋଭାକୁ ଅତ୍ୟନ୍ତ ଲୋଭନୀୟ କରୁଛି । ସନ୍ଧ୍ୟାରେ ଓଡ଼ିଶୀ, କଥକ, ମଣିପୁରୀ, ମୋହିନୀ ଆଟ୍ଟମ, ଭାରତନାଟ୍ୟମ୍‌ ଆଦି ନୃତ୍ୟ ପରିବେଷଣ ସହିତ ଚନ୍ଦ୍ରଭାଗା ବେଳାଭୂମିରେ ଦେଶ ବିଦେଶର ଶତାଧିକ ବାଲୁକା ଶିଳ୍ପୀ ବିଭିନ୍ନ ପ୍ରସଙ୍ଗରେ ସେମାନଙ୍କ କଳାକୃତି ପ୍ରଦର୍ଶନ କରିବେ । ସେହିଭଳି ଏହି ଅବସରରେ ହସ୍ତଶିଳ୍ପ ପ୍ରଦର୍ଶନୀ, ହେଲିପ୍ୟାଡରେ ଅପେରା, ମୀନା ବଜାର, ପୁସ୍ତକ ମେଳା, ସାହିତ୍ୟ ଆସର, ବେଳାଭୂମି ପଦଯାତ୍ରା, ଚିତ୍ରକଳା ପ୍ରତିଯୋଗିତା ଅନ୍ୟତମ ଆକର୍ଷଣ ହେବ ।

   Related Posts