କୋଣାର୍କ ୦୬।୧୨ : ଶେଷ ହୋଇଛି କୋଣାର୍କ ମହୋତ୍ସବ । ଉଦଯାପନୀ ସଂଧ୍ୟାରେ ଭୁବନେଶ୍ୱର ନୃତ୍ୟ ନୈବେଦ୍ୟ କଳାକାରମାନେ ଓଡ଼ିଶୀ ନୃତ୍ୟରେ ମଞ୍ଚସ୍ତ କରିଥିଲେ ସୂର୍ଯ୍ୟ ବନ୍ଦନା । ଓଡ଼ିଶୀ ଛନ୍ଦରେ ନୃତ୍ୟଶିଳ୍ପୀ ମାନେ ଭକ୍ତିମୟ ପରିବେଶ ସୃଷ୍ଟି କରିଥିଲେ।
{"id":717750,"sizeSlug":"full","linkDestination":"none"}![](https://www.prameyanews7.com/wp-content/uploads/2022/12/2-4.png)
ଦ୍ବିତୀୟ ଅର୍ଘ୍ୟରେ ଚେନ୍ନାଇର ଜୟକିଶୋର ମୋସଲିକାନ୍ତି ଓ ସାଥୀ କୁଚିପୁଡି ନୃତ୍ୟ ପରିବେଷଣ କରିଥିଲେ। କୋଣାର୍କ ମହୋତ୍ସବ ସହ ଚନ୍ଦ୍ରଭାଗା ବେଳାଭୂମିରେ ଚାଲିଥିବା ଅନ୍ତର୍ଜାତୀୟ ବାଲୁକା କଳା ଉତ୍ସବ ମଧ୍ୟ ଶେଷ ହୋଇଛି । ଶେଷ ଦିନରେ ବାଲୁକା କଳାରେ ପର୍ଯ୍ୟଟକଙ୍କ ଭିଡ଼ ଜମିଥିଲା। ପ୍ରଥମ, ଦ୍ବିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ବାଲୁକାଶିଳ୍ପୀଙ୍କୁ ପର୍ଯ୍ୟଟନ ବିଭାଗ ପକ୍ଷରୁ ରଙ୍ଗମଞ୍ଚ ରେ ଟ୍ରଫି ଓ ମାନପତ୍ର ପ୍ରଦାନ କରାଯାଇଥିଲା।
{"id":717751,"sizeSlug":"full","linkDestination":"none"}![](https://www.prameyanews7.com/wp-content/uploads/2022/12/3-4.png)