ସୋମବାରଠୁ କୋଣାର୍କ ଇକୋ ରିଟ୍ରିଟ୍, ଆଗାମୀ ୩ ମାସ ଯାଏଁ ଚାଲିବ
15/12/2022 at 11:44 AM

ଭୁବନେଶ୍ୱର ୧୫।୧୨ : ଆଜିଠାରୁ ଆରମ୍ଭ ହେଉଛି କୋଣାର୍କ ଇକୋ ରିଟ୍ରିଟର ଚତୁର୍ଥ ସଂସ୍କରଣ। ପୁରୀ-କୋଣାର୍କ ବେଳାମାର୍ଗ ରାମଚଣ୍ଡୀ ମୁହାଣ ନିକଟ ସ୍ବର୍ଣ୍ଣାଭ ବେଳାଭୂମି ଝଲସିବ।

ତେବେ ଇକୋ ରିଟ୍ରିଟ ବେଳାଭୂମିରେ ୫୦ ତମ୍ବୁଘର ଓ ଦୁଇଟି ଓପନ ବାର ଖୋଲାଯାଇଛି I ପର୍ଯ୍ୟଟକ ମାନଙ୍କ ପାଇଁ ତମ୍ବୁ ଘରେ ରାତ୍ରିଯାପନ ପାଇଁ ତାରକା ହୋଟେଲ ଭଳି ସମସ୍ତ ସୁବିଧା ରହିବ। ପ୍ରାକୃତିକ ପରିବେଶରେ ଅନନ୍ୟ ଅନୁଭୂତି ସାଉଁଟିବେ ପର୍ଯ୍ୟଟକ।

ବେଳାଭୂମିରେ ରହି ପ୍ରାକୃତିକ ପରିବେଶକୁ ମନଭରି ଉପଭୋଗ କରିବେ I ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ସ୍ବର୍ଣ୍ଣାଭ ବେଳାଭୂମିରେ ଜଳକ୍ରୀଡା,ବାନାନା ବୋଟ୍ ,’ପାରାସେଲିଙ୍ଗ,ସାଇକେଲ ଚାଳନା, ସଂଗୀତ ଆଦି କାର୍ଯ୍ୟକ୍ରମ ରହିଛି I ଏହି ଇକୋ ରିଟ୍ରିଟ ଆସନ୍ତା ୩ ମାସ ଧରି ଚାଲିବ।
Related Posts
କନ୍ଧମାଳ ପୋଲିସକୁ ସଫଳତା, ଚୋରି ସାମଗ୍ରୀ ଜବତ, ୫ ଗିରଫ
6 February 2023