କରୋନା ଭୟ : ସୋମବାରଠୁ କୋଣାର୍କ ସୂର୍ଯ୍ୟମନ୍ଦିର ବନ୍ଦ

Published By : Prameya-News7 Bureau | March 15, 2020 IST

କୋଣାର୍କ ୧୫।୩: କରୋନା ପ୍ରଭାବ । ଆସନ୍ତାକାଲିଠାରୁ ପର୍ଯ୍ୟଟକଙ୍କ ପାଇଁ କୋଣାର୍କ ସୂର୍ଯ୍ୟମନ୍ଦିର ବନ୍ଦ ରହିବ । ପର୍ଯ୍ୟଟକଙ୍କ ସୁରକ୍ଷା ପାଇଁ ଏଭଳି ପଦକ୍ଷେପ ନିଆଯାଇଛି । ଆଜି ମଧ୍ୟ କୋଣାର୍କରେ କରୋନା ଭୟର ପ୍ରଭାବ ଦେଖିବାକୁ ମିଳିଛି । ପର୍ଯ୍ୟଟକଙ୍କ ସଂଖ୍ୟା ଧିରେ ଧିରେ କମିବାରେ ଲାଗିଛି । ସ୍ଥାନୀୟ ହୋଟେଲ ଗୁଡିକ ମଧ୍ୟ ଖାଲି ହେବାକୁ ଲାଗିଛି । ଏସବୁକୁ ଦୃଷ୍ଟିରେ ରଖି କାଲିଠାରୁ କୋଣାର୍କ ସୂର୍ଯ୍ୟ ମନ୍ଦିରକୁ ବନ୍ଦ କରିବା ନେଇ ନିଷ୍ପତ୍ତି ନିଆଯାଇଛି । ଏନେଇ ଏଏସଆଇ ପକ୍ଷରୁ ସୂଚନା ଦିଆଯାଇଛି ।

ଅନ୍ୟପଟେ କରୋନା ଭୟରେ ପର୍ଯ୍ୟଟକଙ୍କୁ ପୁରୀ ମନା ମଧ୍ୟ ମନା ହୋଇଛି । ଆଜିଠୁ ମାର୍ଚ୍ଚ ୩୧ ଯାଏଁ ପର୍ଯ୍ୟଟକଙ୍କ ପାଇଁ କଟକଣା ଜାରି କରାଯାଇଛି । ପୁରୀରୁ ସାତପଡା, ପୁରୀରୁ ଭୁବନେଶ୍ବର ଏବଂ ପୁରୀରୁ ଚନ୍ଦ୍ରଭାଗା, କୋଣାର୍କ ଓ କାକଟପୁର ରୁଟ୍ ରେ ଚଳାଚଳ କରୁଥିବା ସମସ୍ତ ଟୁରିଷ୍ଟ ବସ୍ କୁ ବାତିଲ କରାଯାଇଛି । ଦଳଗତ ଭାବରେ ପର୍ଯ୍ୟଟକମାନେ ଟୁରିଷ୍ଟ ବସ୍ ରେ ପର୍ଯ୍ୟଟନ ସ୍ଥାନକୁ ଯାଇ ପାରିବେନାହିଁ ।

ବିଶେଷ କରି ହୋଟେଲ୍, ଟ୍ରାଭେଲ୍ ଏଜେନ୍ସି ଏବଂ ଟୁର୍ ଅପରେଟରଙ୍କ ପାଇଁ ଏହି ଆଡଭାଇଜାରି ଜାରି କରାଯାଇଛି । ଟ୍ରାଭେଲ୍ ଏଜେନ୍ସି ଓ ଟୁର୍ ଅପରେଟରଙ୍କ ସହ ଅନୁଷ୍ଠିତ ଜରୁରୀ ବୈଠକରେ ସତର୍କ ରହିବାକୁ ଅପିଲ କରିଛନ୍ତି ଜିଲ୍ଲାପାଳ । ଏପଟେ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଓ ବଟାନିକାଲ ଗାର୍ଡେନ ବନ୍ଦ ହୋଇଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.