କୋଣାର୍କରେ ବଙ୍ଗୀୟ ଯୁବତୀଙ୍କୁ ୧୦ ଦିନ ଧରି ଗଣଦୁଷ୍କର୍ମ ଅଭିଯୋଗ ଘଟଣା ; ଆଜି ଘଟଣାସ୍ଥଳକୁ ଯିବ ବିଜେପି ମହିଳା ମୋର୍ଚ୍ଚାର ୭ ଜଣିଆ ଟିମ୍

Published By : Prameya-News7 Bureau | October 18, 2018 IST

ଭୁବନେଶ୍ବର ୧୮|୧୦: ବିଶ୍ବ ପ୍ରସିଦ୍ଧ କୋଣାର୍କରେ ଲଜ୍ଜା । ବଙ୍ଗୀୟ ଯୁବତୀଙ୍କୁ ୧୦ ଦିନ ଧରି ଗଣଦୁଷ୍କର୍ମ ଅଭିଯୋଗ ହୋଇଛି । ୧୦ ଦିନ ଧରି ଗୋଟିଏ ଘରେ ବନ୍ଦ ଥିବା ଯୁବତୀଙ୍କୁ ଉଦ୍ଧାର କରିଛି ସ୍ଥାନୀୟ ପୋଲିସ ଓ ଅଗ୍ନିଶମ ବିଭାଗ । କାମ ଦେବାକୁ କହି ଏହି ଯୁବତୀଙ୍କୁ ୧୦ ରୁ ୧୫ ଜଣ ବ୍ୟକ୍ତି ଦୁଷ୍କର୍ମ କରିଥିବା ଅଭିଯୋଗ କରିଛନ୍ତି ସଂପୃକ୍ତ ଯୁବତୀ । ଉଦ୍ଧାର ପରେ ଯୁବତୀଙ୍କୁ ପ୍ରଥମେ କୋଣାର୍କ ଡାକ୍ତରଖାନା, ପରେ ପୁରୀ ହସ୍ପିଟାଲ୍ ସ୍ଥାନାନ୍ତର କରାଯାଇଛି । ଯୁବତୀଙ୍କୁ ଯେଉଁ ଘରେ ରଖାଯାଇ ଦୁଷ୍କର୍ମ କରାଯାଇଥିଲା ସେହି ଘର ମାଲିକଙ୍କୁ ଅଟକ ରଖିଛି ପୋଲିସ । ଏହି ଘଟଣା ଚାଞ୍ଚଲ୍ୟ ଖେଳାଇ ଦେଇଛି ।  ଆଜି ଘଟଣାସ୍ଥଳକୁ ଯିବ ବିଜେପି ମହିଳା ମୋର୍ଚ୍ଚାର ୭ ଜଣିଆ ଟିମ୍  । ରାଜ୍ୟ ମହିଳା ମୋର୍ଚ୍ଚା ସଭାନେତ୍ରୀ ପ୍ରଭାତୀ ପରିଡ଼ାଙ୍କ ନେତୃତ୍ବରେ ଏହି ଟିମ୍ କୋଣାର୍କ ଗସ୍ତ କରିବ । ଘଟଣାର ଅନୁଧ୍ୟାନ କରିବା ସହିତ ପୁରୀ ଡାକ୍ତରଖାନା ଯାଇ ପୀଡ଼ିତାଙ୍କୁ ମଧ୍ୟ ଭେଟିବ ବୋଲି ବିଜେପି ମିଡିଆ ସେଲ୍ ପକ୍ଷରୁ ସୂଚନା ଦିଆଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.