କୋଣାର୍କ ଉତ୍ସବ: ଚତୁର୍ଥ ଦିନରେ ବାଲୁକା କଳା ଦେଖିବାକୁ ଦର୍ଶକଙ୍କ ଭିଡ଼

Published By : Prameya-News7 Bureau | December 04, 2022 IST

କୋଣାର୍କ, ୪/୧୨: କୋଣାର୍କ ଉତ୍ସବ ଅବସରରେ ଚନ୍ଦ୍ରଭାଗା ନିକଟ ବେଳା ମାର୍ଗରେ ଆଜି ଚତୁର୍ଥ ଦିବସରେ ବାଲୁକା କଳା ଦେଖିବାକୁ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଛି । ଶିତୁଆ ସନ୍ଧ୍ୟାର ଆଲୋକମାଳାରେ ବାଲୁକାକଳାର ଭରପୁର ମଜା ନେଉଛନ୍ତି ଦର୍ଶକ । ଆଜି ବାଲୁକା କଳାର ଚତୁର୍ଥ ସନ୍ଧ୍ୟାରେ ଯୋଗଦାନ କରିଥିବା କଳାକାରମାନେ ମେକଇନ ଓଡିଶା ଏବଂ ମେକଇନ ଇଣ୍ଡିଆକୁ ନିଖୁଣ ଭାବରେ ବାଲୁକା କଳାରେ ଓଡିଶା ଓ ଭାରତର ପ୍ରଗତି ଦର୍ଶାଇଛନ୍ତି ।

କୋଣାର୍କ ଭଳି ସ୍ଥାନରେ ବାଲୁକା କଳାର ସୁଯୋଗ ମିଳିଥିବାରୁ ଆମେମାନେ ପର୍ଯ୍ୟଟନ ବିଭାଗକୁ ଧନ୍ୟବାଦ ଦେବା ସହ ନିଜକୁ ମଧ୍ୟ ଗର୍ବିତ ବୋଲି ବାଲୁକା ଶିଳ୍ପୀମାନେ କହିଥିଲେ । ବାଲୁକା କଳା ମାଧ୍ୟମରେ ପ୍ରତିଯୋଗୀମାନେ ନିଖୁଣ ଭାବେ ଚିତ୍ର ଦର୍ଶକଙ୍କ ହୃଦୟ ଛୁଇଁ ପାରିଛି l ଆଜିର ଦିନରେ ଓଡିଶା ଓ ଦେଶର ପ୍ରଗତିର ଚିତ୍ରକୁ ଗୁରୁତ୍ବ ଦିଆଯାଇଥିବା ବେଳେ ଏହାକୁ ଆହୁରି ଆଗକୁ ନେବା ଲାଗି ପ୍ରୟାସ କରାଯିବ । ଏହି ବାଲୁକା କଳା ମାଧ୍ୟମରେ ଦର୍ଶକମାନେ ଭରପୁର ମଜା ନେଉଛନ୍ତି । ରବିବାର ଦର୍ଶକଙ୍କ ଭିଡ଼ ବଢ଼ିବାରେ ଲାଗିଛି ବୋଲି ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ କହିଛନ୍ତି l

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.