ଆଜିଠୁ ଆରମ୍ଭ ହେବ କୋଣାର୍କ ମହୋତ୍ସବ, ଝଲସିବ ମୁକ୍ତାକାଶ ରଙ୍ଗମଞ୍ଚ
1/12/2020 at 8:03 AM

କୋଣାର୍କ ୦୧।୧୨: ଆଜିଠୁ ଆରମ୍ଭ ହେବ କୋଣାର୍କ ମହୋତ୍ସବ । ଝଲସିବ ମୁକ୍ତାକାଶ ରଙ୍ଗମଞ୍ଚ। ଚଳିତ ବର୍ଷ କୋଭିଡ ଗାଇଡଲାଇନ ମଧ୍ୟରେ କୋଣାର୍କ ମହୋତ୍ସବ ଆୟୋଜନ କରାଯାଇଛି। ଓଡ଼ିଶା ପର୍ଯ୍ୟଟନ ବିଭାଗ ପକ୍ଷରୁ କୋଣାର୍କ ମୁକ୍ତାକାଶ ରଙ୍ଗମଞ୍ଚରେ ୫ଦିନ ଧରି ଅନୁଷ୍ଠିତ ହେବ ଏହି ଉତ୍ସବ।

କୋଣାର୍କ ଉତ୍ସବରେ ଓଡ଼ିଶୀ ନୃତ୍ୟ ସମେତ ଭାରତନାଟ୍ୟମ, ମଣିପୁରୀ, କୁଚିପୁଡ଼ି ଓ କଥକ ଆଦି ନୃତ୍ୟ ପରିବେଷଣ ହେବ। ପର୍ଯ୍ୟଟକମାନେ ସୁରକ୍ଷିତ ଭାବେ କିଭଳି ମଞ୍ଚରେ ବସି ଶାସ୍ତ୍ରୀୟ ନୃତ୍ୟ ସଙ୍ଗୀତ ଉପଭୋଗ କରିପାରିବେ ,ତାକୁ ନେଇ ପ୍ରଶାସନ ତତ୍ପରତା ପ୍ରକାଶ କରିଛି। ଉତ୍ସବ ଆୟୋଜନ ପୂର୍ବରୁ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ, ସଚିବ ବିଶାଲ ଦେବ, ପୁରୀ ଜିଲ୍ଲାପାଳ ବଲୱନ୍ତ ସିଂଙ୍କ ସମେତ ଜିଲ୍ଲା ପ୍ରଶାସନ ଓ ପର୍ଯ୍ୟଟନ ବିଭାଗର ବରିଷ୍ଠ ଅଧିକାରୀମାନେ ପ୍ରସ୍ତୁତି କାର୍ଯ୍ୟର ତଦାରଖ କରିଛନ୍ତି।
ଦର୍ଶକ ଗ୍ୟାଲେରିରେ ୨ହଜାର ଦର୍ଶକ ବସିବାର ବ୍ୟବସ୍ଥା କରାଯାଉଥିବା ବେଳେ କରୋନାକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ସିଟ୍ ମଧ୍ୟରେ ୩ ଫୁଟ ଦୂରତା ରକ୍ଷା କରି ବସିବା ବ୍ୟବସ୍ଥା କରାଯାଇଛି। ତେଣୁ ଚଳିତ ବର୍ଷ ଦର୍ଶକ ଗ୍ୟାଲେରିରେ ୫ଶହ ଦର୍ଶକ ବସିବା ପାଇଁ ବ୍ୟବସ୍ଥା ହୋଇଛି। ତେଣୁ ଚଳିତ ବର୍ଷ ଟିକେଟ୍ ସଂଖ୍ୟା ଓ ପାସ୍ ସଂଖ୍ୟା ହ୍ରାସ କରାଯାଇଛି। ମହୋତ୍ସବ ଲାଗି କୋଣାର୍କ ସହର ରଙ୍ଗ ବେରଙ୍ଗ ଆଲୋକ ମାଳାରେ ଝଲସୁଛି ।