ଯୁବକକୁ ଉଦ୍ଧାର କରିବାକୁ ଯାଇ କୋମନା ପୋଲିସ ହଟହଟା

Published By : Prameya-News7 Bureau | January 16, 2023 IST

ନୂଆପଡା: ଯୁବକକୁ ଉଦ୍ଧାର କରିବାକୁ ଯାଇ କୋମନା ପୋଲିସ ହଟହଟା । କୋମନା ଥାନା ରଜନା ଗାଁର ଘଟଣା । ରଜନା ଠାରେ ସୋମବାର ସାପ୍ତାହିକ ବଜାର ଥିବା ବେଳେ ଖରିଆର ଅଞ୍ଚଳର ଜଣେ ଯୁବକ ଏକ ବାଇକକୁ ଚୋରୀ ଉଦ୍ୟମ କରୁଥିବା ଦେଖି ଲୋକେ ଚୋର କୁ ଧରି ମାଡ ମାରିଥିଲେ ।

{"id":733818,"sizeSlug":"full","linkDestination":"none"}

ଯୁବକର ଜୀବନ ବଞ୍ଚାଇବା ପାଇଁ ସ୍ଥାନୀୟ ପଞ୍ଚାୟତର ଏକ କୋଠରୀରେ ବନ୍ଦ କରି ପୋଲିସକୁ ଖବର କରିଥିଲେ କିଛି ଯୁବକ । ପୋଲିସ ପହଞ୍ଚି ଯବକକୁ ଉଦ୍ଧାର କରି ଥାନାକୁ ଆଣିବା ସମୟରେ ଲୋକେ ପୋଲିସ ଗାଡିକୁ ଛାଡି ନଥିଲେ । ଚୋରକୁ ଆମେ ଦଣ୍ଡ ଦେବୁ ତାକୁ ଛଡାଯାଉ ବୋଲି କୁଆଡେ ଅଡି ବସିଥିଲେ । ପରେ ଲୋକଙ୍କୁ ବୁଝାସୁଝା କରି ସେଠାରୁ ଯୁବକ କୁ ଉଦ୍ଧାର କରା ଯାଇ ପାରିଥିବା ବେଳେସେ ସୁସ୍ଥ ଥିବା ଜଣା ପଡିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.