oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୬୭ କୋଭିଡ୍ ପଜିଟିଭ୍
  • ||
  • ନବରାତ୍ରର ଦ୍ନିତୀୟ ଦିନ, ବ୍ରହ୍ମଚାରିଣୀ ରୂପେ ଦର୍ଶନ ଦେଉଛନ୍ତି ମାଆ ଜଗଦମ୍ୱା
  • ||
  • ରାଉରକେଲା : ବରିଷ୍ଠ ଆଇନଜୀବୀ ରମେଶ ବଳଙ୍କ ଆତ୍ମହତ୍ୟା, ଶ୍ୱଶୁର ଘରୁ ମିଳିଲା ଝୁଲନ୍ତା ମୃତଦେହ
  • ||
  • ଭୁବନେଶ୍ୱର : ଆସୁଛି ଆଉ ଏକ ଲଘୁଚାପ, ବର୍ଷାରେ ଭିଜିବ ଦଶହରା
  • ||

ପଶ୍ଚିମବଙ୍ଗରେ ବିଜେପିକୁ ସମର୍ଥନ ବେଶୀ ! କିନ୍ତୁ ମୁଖ୍ୟମନ୍ତ୍ରୀ ଭାବେ ମମତା ସବୁଠୁ ଅଧିକ ପସନ୍ଦ : ଟାଇମ୍ସ ନାଓ-ସି ଭୋଟର ସର୍ଭେର ରିପୋର୍ଟ

7/02/2021 at 12:05 PM

କୋଲକାତା, ୭/୨:   ଆଉ କିଛି ଦିନ ପରେ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ । କୁହାଯାଉଛି ଯେ, ଏପ୍ରିଲ-ମେ ମାସରେ ହିଁ ଭୋଟ ହେବ । ଏହାମଧ୍ୟରେ ଟାଇମ୍ସ-ନାଓ ସି ଭୋଟରର ଏକ ସର୍ଭେ ସାମ୍ନାକୁ ଆସିଛି । ଏଥିରେ ପଶ୍ଚିମବଙ୍ଗରେ କିଏ ଲୋକପ୍ରିୟ ନେତା ଓ ଦଳ ସେନେଇ ତଥ୍ୟ ପ୍ରଦାନ କରାଯାଇଛି । ଏଥିରେ ବିଜେପି ତୃଣମୂଳ କଂଗ୍ରେସଠୁ ଆଗକୁ ଯାଇଥିବା ଦେଖିବାକୁ ମିଳିଛି । ୪୧.୬ ପ୍ରତିଶତ ଲୋକେ ବିଜେପିକୁ ସମର୍ଥନ କରିଥିବା ବେଳେ ୩୬.୯ ପ୍ରତିଶତ ଟିଏମସିକୁ ସମର୍ଥନ କରିଛନ୍ତି ।

ଏହି ସର୍ଭେ ଟାଇମ୍ସ ନାଓ-ସି ଭୋଟର ମଧ୍ୟରେ ଜାନୁଆରୀ ୨୪ରୁ ଫେବ୍ରୁଆରୀ ୪ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଏଥିରେ ସାମ୍ନାକୁ ଆସିଛି ଯେ, ବିଜେପିକୁ ପଶ୍ଚିମବଙ୍ଗରେ ସବୁଠାରୁ ଅଧିକ ଲୋକ ସମର୍ଥନ କରୁଛନ୍ତି । ଟିଏମସି ଏହି ମାମଲାରେ ଦ୍ୱିତୀୟ ସ୍ଥାନରେ ରହିଛି । ଏହି ଦୁଇ ଦଳ ବ୍ୟତୀତ ଅନ୍ୟ କୌଣସି ଦଳ ୧୦ ପ୍ରତିଶତରୁ ଅଧିକ ସମର୍ଥନ ପାଇ ନାହାଁନ୍ତି ।

ବାମଦଳର ସ୍ଥିତି ସବୁଠାରୁ ସାଙ୍ଘାତିକ ରହିଛି । ୪.୪ ପ୍ରତିଶତ ବାମଦଳକୁ ସମର୍ଥନ କରିଛନ୍ତି । ତେବେ ବାମଦଳ ପଶ୍ଚିମବଙ୍ଗରେ ୧୯୭୭ରୁ ୨୦୧୧ ଯାଏଁ କ୍ଷମତାରେ ଥିଲେ । ୨୦୧୧ ପରେ ବାମଦଳର ଭୋଟ ହାର କମିଛି । ୨୦୧୫ ନିର୍ବାଚନରେ ଦଳ ମାତ୍ର ୧୯ ଆସନରେ ବିଜୟ ଲାଭ କରିଥିଲା ।

ତେବେ ବିଜେପିର ତମାମ ଅଭିଯୋଗ ପରେ ବି ପଶ୍ଚିମବଙ୍ଗରେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ସବୁଠୁ ଲୋକପ୍ରିୟ ହେଉଛନ୍ତି ମମତା ବାନାର୍ଜୀ । ପ୍ରାୟ ୫୪.୩ ପ୍ରତିଶତ ଲୋକେ ମମତାଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଦେଖିବାକୁ ପସନ୍ଦ କରନ୍ତି । ତେବେ ୪୯.୭ ପ୍ରତିଶତ ଲୋକେ ତାଙ୍କ କାମକୁ ପ୍ରଶଂସା କରିଥିବା ବେଳେ ୩୧ ପ୍ରତିଶତ ତାଙ୍କ କାମରେ ଅସନ୍ତୁଷ୍ଟ ଅଛନ୍ତି ।

ବିଜେପିର ଦିଲ୍ଲୀପ ଘୋଷ ମୁଖ୍ୟମନ୍ତ୍ରୀ ଚେହେରା ଭାବେ ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ତାଙ୍କୁ ମାତ୍ର ୨୨.୬ ପ୍ରତିଶତ ପସନ୍ଦ କରନ୍ତି । ତୃତୀୟ ସ୍ଥାନରେ ମୁକୁଲ ରାୟ ଓ ଚତୁର୍ଥରେ ସୌରଭ ଗାଙ୍ଗୁଲି ରହିଛନ୍ତି ।

   Related Posts