ସୁପ୍ରିମକୋର୍ଟଙ୍କ ରାୟକୁ ସ୍ୱାଗତ କଲେ କୋଲକାତାର ଯୌନକର୍ମୀ; ହକ୍‌ ପାଇଁ ପଦଯାତ୍ରା କଲେ ଶହ ଶହ କର୍ମୀ

Published By : Prameya-News7 Bureau | May 27, 2022 IST

କୋଲକାତା: ଯୌନକର୍ମୀଙ୍କୁ ନେଇ ଗତକାଲି ସୁପ୍ରିମକୋର୍ଟ ରାୟ ଦେବା ପରେ ପଶ୍ଚିମବଙ୍ଗ କୋଲକାତାର ଯୌନକର୍ମୀମାନେ ତାଙ୍କ ଅଧିକାର ଦାବି କରି ଏକ ପଦଯାତ୍ରା କରିଛନ୍ତି। ବେଶ୍ୟାବୃତ୍ତି ଏକ ପେଷା। ଆଇନ ଅନୁସାରେ ଯୌନକର୍ମୀମାନଙ୍କର ବି ସମ୍ମାନର ସହ ବଞ୍ଚିବାର ଅଧିକାର ରହିଛି ବୋଲି ଗତକାଲି ରାୟ ଶୁଣାଇଥିଲେ କୋର୍ଟ।

ଏଥିରେ ଖୁସି ବ୍ୟକ୍ତ କରି କୋଲକାତାର ସବୁଠାରୁ ପୁରୁଣା ସଂଗଠନ 'ଦରବାର ମହିଳା କମିଟି' ହଜାର ହଜାର ଯୌନକର୍ମୀଙ୍କୁ ଏକାଠୀ କରି କୋର୍ଟଙ୍କ ରାୟକୁ ସ୍ୱାଗତ ପୂର୍ବକ ଏକ ପଦଯାତ୍ରା କରିଥିଲା। କୋଲକାତାରେ ଯୌନକର୍ମୀଙ୍କର ଅଧିକାର ଦାବି କରି ନାରା ଲଗାଇଥିଲେ।

ଏନେଇ ଗଣମାଧ୍ୟମକୁ ସୂଚନା ଦେଇ କହି ସଂଗଠନର ସାଧାରଣ ସମ୍ପାଦକ ବିଶାଖା ଲସ୍କର କହିଛନ୍ତି "ଏହା ବହୁଦିନର ଲଢ଼େଇ ଥିଲା। ଶେଷରେ ସୁପ୍ରିମକୋର୍ଟ ଯେଉଁ ଅର୍ଡର ଦେଇଛନ୍ତି ସେଥିରେ ଆମେ ବହୁତ ଖୁସି। ଆମ ଯୌନକର୍ମୀମାନେ ଚୋର କି ଡକାୟତ ନୁହେଁ। ଆମେ ଏକ ସେବାରେ ରହିଛୁ ଯାହାକୁ ସମ୍ମାନ ଦରକାର।"

ସୂଚନା ଥାଉକ ଦରବାର ସଂଗଠନ ଦୀର୍ଘଦିନ ହେଲା ମହିଳା ଓ ଯୌନକର୍ମୀମାନଙ୍କ ଅଧିକାର ସହ ମାନବ ଚାଲାଣ ଓ ଏଚ୍‌ଆଇଭି ଏଡ୍ସ ବିରୋଧରେ ଲଢ଼େଇ ଜାରି ରଖିଛି। ୧୯୯୩ ମସିହା ଠାରୁ ବିଶାଖା ଲସ୍କର ଏହି ସଂସ୍ଥା ସହ ଜଡ଼ିତ ରହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.