କୋଲକତାରୁ ସିଂହପୁର ଅଭିମୁଖେ ଆସୁଥିବା ବସ ଦୁର୍ଘଟଣା ଗ୍ରସ୍ତ
3/03/2020 at 2:46 PM

ଯାଜପୁର୩/୩: କୋଲକତାରୁ ଯାଜପୁର ସିଂହପୁର ଅଭିମୁଖେ ଆସୁଥିବା ଘରୋଇ ବସ ମୟୁର ଟ୍ରାଭେଲସର ମୟୁର ନାମକ (wb53a9867) ବସଟି ମଙ୍ଗଳବାର ସକାଳ ୫.୩୦ ସମୟରେ ଯାଜପୁର କିଆନାଳି ଛକଠାରେ ଘନ କୁହୁଡ଼ି ଯୋଗୁଁ ରାସ୍ତା ଡିଭାଇଡର ଉପରେ ଚଢ଼ି ଯାଇଥିଲା।

ବସଟି ଦୁର୍ଘଟଣା ଗ୍ରସ୍ତ ହେଲେ ମଧ୍ୟ ବସ ମଧ୍ୟରେ ଥିବା ୫୨ଜଣ ଯାତ୍ରୀ ସମ୍ପୂର୍ଣ ନିରାପଦ ଅଛନ୍ତି । କାହାରି କୌଣସି କ୍ଷତି ହୋଇନଥିବା ବେଳେ ବସଟି କିଛି ମାତ୍ରାରେ କ୍ଷତି ଗ୍ରସ୍ତ ହୋଇଛି । ଘନ କୁହୁଡି ଯୋଗୁଁ ଏଭଳି ଘଟିଥିବା କହିଛନ୍ତି ସ୍ତାନୀୟ ଲୋକେ ।
Related Posts
ପାଖରେ ନଥିଲା ସମ୍ୱଳ, ୪୦ କିଲୋମିଟର ମୃତଦେହ ଧରି ଚାଲିଲେ ସ୍ୱାମୀ
9 February 2023
ଝାରସୁଗୁଡ଼ା ଯିବେ ମୁଖ୍ୟମନ୍ତ୍ରୀ, ନବ ଦାସଙ୍କ ଦ୍ବାଦଶାହରେ ଯୋଗଦେବେ
9 February 2023