ପ୍ରାଇସ୍ ହୋଟେଲ ଯେଉଁଠି ଏବେ ବି ୩ ଟଙ୍କାରେ ମିଳେ ଖାଇବା: ମାଛ ଝୋଳ, କଖାରୁ ଫୁଲ ଭଜା ସହ କେତେ କଣ

Published By : Prameya-News7 Bureau | October 06, 2021 IST

କୋଲକାତା ୦୬/୧୦ : କୋଲକାତା ସହରରେ ଏବେ ବି ଏମିତି ଅନେକ ପ୍ରଶ ହୋଟେଲ ଅଛି ଯେଉଁଠି ଖାଇବା ବହୁତ ଶସ୍ତାରେ ମିଳେ। ଭାତ ଓ ଝୋଳ ମାତ୍ର ୩ ଟଙ୍କାରେ ପାଇପାରିବେ। କେବଳ ଗୋଟିଏ କି ଦୁଇଟି ନୁହେଁ, କୋଲକାତା ସହରରେ ଥିବା ତମାମ ହୋଟେଲରେ ମିଳେ। ପ୍ରଶ ହୋଟେଲ ନାଁ ନୁହେଁ, ଶସ୍ତା ଖାଇବା ଯୋଗୁଁ ଏହାକୁ ପ୍ରାଇସ ହୋଟେଲ କୁହାଯାଏ। ଏହିସବୁ ହୋଟେଲ ପ୍ରାୟ ୬୦-୭୦ ବର୍ଷ ପୁରୁଣା।

{"id":523274,"width":594,"height":403,"sizeSlug":"full","linkDestination":"none"}

ଏହି ହୋଟେଲଗୁଡିକୁ ରାଇସ ହୋଟେଲ ବା ଭାତେର ହୋଟେଲ ବି କୁହାଯାଏ। କିଛି ଲୋକେ ଏହାକୁ ହିନ୍ଦୁ ହୋଟେଲ ମଧ୍ୟ କୁହନ୍ତି। କେବେ କୋଲକାତା ଗଲେ ଏହି ହୋଟେଲରେ ଖାଇବା ଭୁଲିବେନି। ଏଠାରେ ଆପଣଙ୍କୁ କୋଲକାତାର ପାରମ୍ପରିକ ବ୍ୟଞ୍ଜନର ସ୍ୱାଦ ମିଳିବ ପୁଣି ବହୁତ ଶସ୍ତାରେ। କିଛି ହୋଟେଲରେ ୩ ଟଙ୍କାରେ ଖାଇବା ମିଳେ ତ ଆଉ କେଉଁଠି ଟିକିଏ ଅଧିକ ଟଙ୍କାରେ ଯାହା ଦେଶର ଅନ୍ୟ ସହର ତୁଳନାରେ ବହୁତ ଶସ୍ତା। ଅନେକ ପ୍ରାଇସ ହୋଟେଲରେ ୩ ଟଙ୍କାରୁ ୨୫ ଟଙ୍କାରେ ଆପଣ ପେଟ ପୁରା ଖାଇପାରିବେ।

{"id":523273,"width":596,"height":447,"sizeSlug":"full","linkDestination":"none"}

ଅପରାହ୍ନ ଓ ରାତି ସମୟରେ ଏହି ହୋଟେଲମାନଙ୍କରେ ପ୍ରବଳ ଭିଡ ହୁଏ। କିଛି ହୋଟେଲ ଏବେ ବି ପୁରୁଣା ଢାଞ୍ଚାରେ ଚାଲିଛି। ଲୋକ ଙ୍କୁ ତଳେ ଆସନରେ ବସାଇ କଦଳୀ ପତ୍ରରେ ଖାଇବା ପରଷାଯାଏ। ଆଉ କିଛି ପ୍ରାଇସ ହୋଟେଲରେ ଟେବୁଲ ଚେୟାର ପଡିଛି। ତେବେ ଏଠାରେ ଲୋକଙ୍କୁ କଦଳୀ ପତ୍ର ଓ ଲେମ୍ବୁ ପାଇଁ ବି ଟଙ୍କା ଦେବାକୁ ପଡେ। ନିରାମିଷ ଥାଳି ଶସ୍ତା ମିଳେ ଓ ଆମିଷ ଥାଳି ଟିକେ ମହଙ୍ଗା। ସବୁ ବଙ୍ଗାଳି ପରମ୍ପରାଗତ ବ୍ୟଞ୍ଜନ। ଏଠାରେ ମାଛ ଭଜା, ମାଛ ଝୋଳ, କଖାରୁ ଫୁଲ ଭଜା, ଆଳୁ ପୋସ୍ତକ ତରକାରୀ ଓ ଭାତ ମିଳେ। ସବୁ ସୋରିଷ ତେଲରେ ରୋଷେଇ ହୋଇଥାଏ। ତେବେ କିଛି ପ୍ରାଇସ ହୋଟେଲ ବନ୍ଦ ହୋଇଗଲାଣି। କିନ୍ତୁ ଏବେ ବି ଅନେକ ହୋଟେଲ ଚାଲିଛି।

{"id":523275,"sizeSlug":"full","linkDestination":"none"}

ଏହି ହୋଟେଲକୁ କୋଲକାତାରେ ପ୍ରାଇସ ହୋଟେଲ କାହିଁକି କୁହାଯାଏ ତା ପଛରେ ମଧ୍ୟ ଗୋଟିଏ କାହାଣୀ ଅଛି। ଏହି ନାଁ ମଧ୍ୟ ପଇସା ସହ ଜଡିତ ଯାହା ଭାରତୀୟ ମୁଦ୍ରାରେ ସବୁଠାରୁ କମ। ପ୍ରାଇସ ହୋଟେଲ ଇଂରେଜ କାଳରୁ ଆରମ୍ଭ ହୋଇଥିଲା। ସେତେବେଳେ କୋଲକାତା ଦେଶର ରାଜଧାନୀ ଥିଲା। ଇଂରେଜ ଶାସନ କାଳରେ ପଇସାକୁ ପ୍ରାଇସ କୁହାଯାଉଥିଲା। ଏହାର ମୂଲ୍ୟ ୦୧ କ୍ଵାଟର ବା ୦୧ ଅଣା ଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.