IPL2020: ରାଜସ୍ଥାନ ରାୟଲ୍ସକୁ ୩୭ ରନରେ ପରାସ୍ତ କରି ଆଇପିଏଲରେ ଦ୍ୱିତୀୟ ବିଜୟ ହାସଲ କଲା କୋଲକାତା ନାଇଟ୍ ରାଇଡର୍ସ
30/09/2020 at 11:51 PM

ଦୁବାଇ ୩୦ ।୦୯- ଦୁବାଇର ଅନ୍ତରାଷ୍ଟ୍ରୀୟ ଷ୍ଟାଡିୟମରେ ଖେଳାଯାଇଥିବା ଆଜିର ମ୍ୟାଚରେ କୋଲକାତା ନାଇଟ୍ ରାଇଡର୍ସ ରାଜସ୍ଥାନ ରାୟଲ୍ସକୁ ୩୭ ରନରେ ପରାସ୍ତ କରି ଦ୍ୱିତୀୟ ବିଜୟ ହାସଲ କରିଛି । ଲଗାତାର ଦୁଇଟି ମ୍ୟାଚ୍ ଜିତି ଚଳିତ ଆଇପିଏଲରେ ଅପରାଜୟ ଥିବା ରାଜସ୍ଥାନକୁ ପରାଜର ଭୋଗିବାକୁ ପଡିଛି । ପ୍ରଥମେ ବ୍ୟାଟିଂ କରି କୋଲାକାତା ନାଇଟ ରାଇଡର୍ସ ଶୁଭମାନ ଗିଲଙ୍କ ୪୭ ଏବଂ ଇଅନ ମୋର୍ଗାନଙ୍କ ୩୪ ରନ ବଳରେ ନିର୍ଧାରିତ ଓଭରରେ ୬ ୱିକେଟ୍ ହରାଇ ୧୭୪ ରନ କରିଥିଲା । ଜବାବରେ ଗତ ମ୍ୟାଚରେ ୨୨୩ ରନର ବିଜୟ ଲକ୍ଷ୍ୟକୁ ସଫଳତାର ସହ ପିଛା କରିଥିବା ରାଜସ୍ଥାନ ରୟାଲ୍ସ ଟମ୍ କରନଙ୍କ ଅପରାଜିତ ୫୪ ରନ ସହାୟତାରେ ୯ ୱିକେଟ୍ ହରାଇ ୧୩୭ ରନରେ ସୀମିତ ରହିଥିଲା ।
୧୭୫ ରନର ବିଜୟ ଲକ୍ଷ୍ୟକୁ ପିଛା କରିଥିବା ରାଜସ୍ଥାନ ରୟାଲ୍ସ ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟ ଭୋଗିଥିଲା । ଦଳ ୧୫ ରନ ସ୍କୋରରେ ଅଧିନାୟକ ଷ୍ଟିଭ୍ ସ୍ମିଥଙ୍କୁ ହରାଇଥିଲା । ଏହା ପରେ ୩୦ ରନ ସ୍କୋରରେ ଗତ ମ୍ୟାଚର ହିରୋ ତଥା ଇନଫର୍ମ ବ୍ୟାଟସମ୍ୟାନ ସଞ୍ଜୁ ସାମସନ ୮ ରନ କରି ଆଉଟ୍ ହେବା ଦଳକୁ ଜୋରଦାର ଝଟକା ଲାଗିଥିଲା । ଜୋସ୍ ବଟଲର ୧୬ ବଲରୁ ୨୧ ରନ କରି ତୃତୀୟ ବ୍ୟାଟସମ୍ୟାନ ଭାବେ ପାଭିଲିୟନ ଫେରିଥିଲେ । ଏହା ପରେ ଦଳ ନିୟମିତ ବ୍ୟବଧାନରେ ୱିକେଟ୍ ହରାଇ ଚାଲିଥିଲା । କୋଲକାତା ବୋଲରଙ୍କ ମାପଚୁପ ବୋଲିଂର ସାମ୍ନା କରିପାରିନଥିଲେ ରାଜସ୍ଥାନ ବ୍ୟାଟସମ୍ୟାନ । ରାହୁଲ ତେୱତିୟା ୧୪ ରନ କରି ବିଦାୟ ନେଇଥିଲେ । ଟମ କରନଙ୍କୁ ବାଦ୍ ଦେଲେ ଅନ୍ୟ କେହି ବ୍ୟାଟସମ୍ୟାନ କ୍ରିଜରେ ଅଧିକ ସମୟ ତିଷ୍ଠି ପାରିନଥିଲେ । ଟମ କରନଙ୍କ ୩୬ ବଲରୁ ୨ ଚୌକା ଓ ୩ ଛକା ବଳରେ ରାଜସ୍ଥାନ ରୟାଲ୍ସ ୨୦ ଓଭରରେ ୯ ୱିକେଟ୍ ହରାଇ ୧୩୭ ରନରେ ସୀମିତ ହୋଇଥିଲା । ଏଥିସହ ଏହି ମ୍ୟାଚକୁ ୩୭ ରନରେ ଜିତି କୋଲକାତା ନାଇଟ ରାଇଡର୍ସ ଚଳିତ ଆଇପିଏଲରେ ବିଜୟ ଅଭିଯାନ ଆରମ୍ଭ କରିଛି ।
କୋଲତାକା ତରଫରୁ କମଲେଶ ନାଗରକୋଟି, ଶିବମ ମାଭି, ବରୁଣ ଚକ୍ରବର୍ତୀ ପ୍ରଭାବଶାଳୀ ବୋଲିଂ କରି ପ୍ରତ୍ୟେକ ଦୁଇଟି ଲେଖାଏଁ ୱିକେଟ୍ ନେଇଥିଲେ । ସୁନିଲ ନାରିନେ, ପାଟ୍ କମିନ୍ସ ଓ କୁଲଦୀପ ଯାଦବଙ୍କୁ ଗୋଟିଏ ଲେଖାଏଁ ସଫଳତା ମିଳିଥିଲା ।
ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା କୋଲକାତା ନାଇଟ୍ ରାଇଡର୍ସର ଦୁଇ ଓପନର ଶୁଭମାନ ଗିଲ ଓ ସୁନିଲ ନାରିନେ ୪.୫ ଓଭରରେ ୩୬ ରନ ଯୋଡିଥିଲେ। ସୁନିଲ ନାରିନେ ୧୬ ରନ କରି ଆଉଟ୍ ହୋଇଥିଲେ। ଏହା ପରେ ଗିଲ୍ ଓ ନୀତିଶ ରାଣା ଦ୍ଵିତୀୟ ଓ୍ଵିକେଟ୍ ପାଇଁ ୪୬ ରନ ଯୋଡି ଦଳର ସ୍ଥିତିକୁ ମଜବୁତ କରିଥିଲେ। ୮୨ ରନ ସ୍କୋରରେ ନୀତିଶ ରାଣା(୨୨ ରନ) ରାହୁଲ ତେଓ୍ଵତିଆଙ୍କ ବଲରେ ଆଉଟ୍ ହୋଇଥିଲେ। ଭଲ ଫର୍ମରେ ନଜର ଆସୁଥିବା ଶୁଭମାନ ଗିଲ୍ ଅର୍ଦ୍ଧଶତକୁ ବଞ୍ଚିତ ହୋଇ ଜୋଫ୍ରା ଆର୍ଚରଙ୍କ ଶିକାର ହୋଇଥିଲେ। ସେ ୩୪ ବଲରୁ ୫ ଚୌକା ଓ ୧ ଛକା ଜରିଆରରେ ୪୭ ରନ କରି ପାଭିଲିୟନ ଫେରିଥିଲେ। ଅଧିନାୟକ ଦିନେଶ କାର୍ତ୍ତିକ ନିଜର ଖରାପ ଫର୍ମ ଜାରି ରଖି ମାତ୍ର ୧ ରନ ସ୍କୋରେ ଜୋଫ୍ରାଙ୍କ ବଲରେ ଓ୍ଵିକେଟ୍ କିପର ଜୋସ ବଟଲଙ୍କୁ କ୍ୟାଚ୍ ଦେଇ ପାଭିଲିୟନ ଫେରିଥିଲେ। ଦଳର ସବୁଠୁ ବିସ୍ଫୋରକ ବ୍ୟାଟସମ୍ୟାନ ଆନ୍ଦ୍ରେ ରସେଲ ୧୪ ବଲରୁ ୩ ଛକା ମାରି ଦ୍ରୁତ ୨୪ ରନ କରି ଆଉଟ୍ ହୋଇଥିଲେ। ୧୧୫ ରନ ସ୍କୋରରେ ଦଳ ଅଧା ଓ୍ଵିକେଟ୍ ହରାଇଥିଲା। ଶେଷ ଆଡକୁ ଇଅନ ମୋର୍ଗାନ ୨୩ ବଲରୁ ୩୪ ରନର ଅପରାଜିତ ଇନିଂସ ଖେଳିବାରୁ କୋଲକାତା ନିର୍ଦ୍ଧାରିତ ଓଭରରେ ୬ ଓ୍ଵିକେଟ୍ ବିନିମୟରେ ୧୭୪ ରନର ସମ୍ମାନଜନକ ସ୍କୋର କରି ପାରିଛି। ନାଗରକୋଟି ୮ ରନରେ ଅପରାଜିତ ଥିଲେ।
ରାଜସ୍ଥାନ ରୟାଲ୍ସ ପକ୍ଷରୁ ସଫଳ ବୋଲର ଭାବେ ଜୋଫ୍ରା ଆର୍ଚର ୧୮ ରନରେ ୨ ଓ୍ଵିକେଟ୍ ନେଇଥିଲ। ଟମ କରନ, ଜୟଦେବ ଉନାଦକତ, ରାହୁଲ ତେଓ୍ଵତିଆ ଓ ଅଙ୍କିତ ରାଜପୁତ ପ୍ରତ୍ୟେକ ଗୋଟିଏ ଲେଖାଏଁ ଓ୍ଵିକେଟ୍ ନେଇଥିଲେ।
୧୭୫ ରନ୍ର ପିଛା କରୁଥିବା ରାଜସ୍ଥାନ ସଞ୍ଜୁ ସାମସନଙ୍କ ୦୦ ରନ୍ ବଳରେ ଟାର୍ଗେଟକୁ ହାସଲ କରିନେଇଥିଲା । ଦଳ ପକ୍ଷରୁ ୦୦ ରନ୍ କରିଥିବା ବେଳେ ୦୦ ଓ ୦୦ ରନ୍ କରିଥିଲେ ।
ସେହିପରି କୋଲକାତା ପକ୍ଷରୁ ସର୍ବାଧିକ ୦ ଓ୍ୱିକେଟ୍ ନେଇଥିବା ବେଳେ ଲେଖାଏଁ ଓ୍ୱିକେଟ୍ ନେଇଥିଲେ ।