ଦିଦିଙ୍କ ଜଲଓ୍ୱା ଜାରି, ପଛରେ ବିଜେପି : ଆଜି ଆସିବ କୋଲକାତା ନଗର ନିଗମ ନିର୍ବାଚନ ଫଳାଫଳ

Published By : Prameya-News7 Bureau | December 21, 2021 IST

କୋଲକାତା ୨୧।୧୨ : କୋଲକାତା ନଗର ନିଗମ ନିର୍ବାଚନ ପାଇଁ ମତଗଣନା ଆରମ୍ଭ ହୋଇଛି । ଦିଦିଙ୍କ ଜଲଓ୍ୱା ଜାରି । ନଗର ନିଗମ ଭୋଟ ଗଣତିର ପ୍ରାରମ୍ଭିକ ପର୍ଯ୍ୟାୟରେ ଟିଏମ୍‌ସି ଆଗୁଆ ରହିଥିବା ବେଳେ ବିଜେପି ବହୁ ପଛରେ ପଡିଯାଇଛି । ବର୍ତ୍ତମାନ ସୁଦ୍ଧା ଟିଏମ୍‌ସି ୧୩୩ଟି ସିଟ୍‌ରେ ଆଗୁଆ ଥିବା ବେଳେ ବିଜେପି ୨ଟି ସିଟ୍‌ରେ ଆଗୁଆ ରହିଛି ।

ଖବର ଅନୁଯାୟୀ, ନଗର ନିଗମ ନିର୍ବାଚନ ସରିବା ପରେ ଆଜି ମତଗଣନା ପାଇଁ ଦିନ ଧାର୍ଯ୍ୟ କରାଯାଇଥିଲା । କରୋନାର ସଂକ୍ରମଣକୁ ଦୃଷ୍ଟିରେ ରଖି ମତଗଣନା କେନ୍ଦ୍ରରେ କଟକଣା ମାନିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ମତଗଣନା କେନ୍ଦ୍ର ଠାରୁ ୨୦୦ ମିଟର ପର୍ଯ୍ୟନ୍ତ ୧୪୪ ଧାରା ଜାରି କରାଯାଇଛି । ସମସ୍ତ କେନ୍ଦ୍ରରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି ।

୧୯ ଡିସେମ୍ବରରେ ନଗର ନିଗମ ନିର୍ବାଚନ ହୋଇଥିଲା । ଯେଉଁଥିରେ ୬୪ ପ୍ରତିଶତ ମତଦାନ ହୋଇଥିଲା । ଆଜିର ମତଗଣନା ପରେ ସ୍ପଷ୍ଟ ହୋଇଯିବ । କିଏ ଦଖଲ କରୁଛି କୋଲକାତା ମହାନଗର ନିଗମ । ମତଗଣନାର ପ୍ରାଥମିକ ପର୍ଯ୍ୟାୟ ସୁଦ୍ଧା ଟିଏମ୍‌ସି ବାଜି ମାରିନେବା ନେଇ ଅନୁମାନ ହେଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.