କରୋନାରେ ହରାଇଥିଲେ ପତ୍ନୀଙ୍କୁ, ଏବେ ତିଆରି କଲେ ଅବିକଳ ପ୍ରତିମୂର୍ତ୍ତି

Published By : Prameya-News7 Bureau | January 03, 2023 IST

ନୂଆଦିଲ୍ଲୀ, ୦୩/୦୧: ମୃତ ପତ୍ନୀଙ୍କ ସ୍ମୃତିରେ ନିଜ ପତ୍ନୀଙ୍କ ଅବିକଳ ପ୍ରତିମୂର୍ତ୍ତି ତିଆରି କଲେ ସ୍ବାମୀ। କଲିକତାର ଜଣେ ୬୫ ବର୍ଷୀୟ ବ୍ୟକ୍ତି ନିଜ ପତ୍ନୀଙ୍କ ଏକ ସିଲିକନ୍ ମୂର୍ତ୍ତି ତିଆରି କରିଛନ୍ତି। ବଡ଼ କଥା ହେଉଛି ଏହି ମୂର୍ତ୍ତିଟି ଅବିକଳ ପତ୍ନୀଙ୍କ ପରି ଦେଖାଯାଉଛି। ଆଉ ଏଥିପାଇଁ ସେ ୨.୫ ଲକ୍ଷ ଟଙ୍କା ଖର୍ଚ୍ଚ ମଧ୍ୟ କରିଛନ୍ତି।

ତାପସ ସାଣ୍ଡିଲ୍ୟ ନାମକ ଏହି ବ୍ୟକ୍ତି କରୋନା ମହାମାରୀର ଦ୍ବିତୀୟ ଲହର ସମୟରେ ନିଜ ପତ୍ନୀ ଇନ୍ଦ୍ରାଣୀଙ୍କୁ ହରାଇଥିଲେ। ଆଉ ଏବେ ତାଙ୍କର ଇଚ୍ଛା ପୂରଣ କରିବା ପାଇଁ ସେ ସିଲିକନ୍ ମୂର୍ତ୍ତି ପ୍ରସ୍ତୁତ କରିଛନ୍ତି। ଏହି ମୂର୍ତ୍ତିର ଓଜନ ୩୦ କେଜି ରହିଛି। ତାପସ, ଇନ୍ଦ୍ରାଣୀଙ୍କ ଏହି ପ୍ରତିମୂର୍ତ୍ତିକୁ ତାଙ୍କର ମନପସନ୍ଦର ସ୍ଥାନରେ ରଖିଛନ୍ତି। ସେ ତାଙ୍କୁ ସୁନା ଅଳଙ୍କାର, ଏମିତିକି ତାଙ୍କର ମନପସନ୍ଦର ଶାଢ଼ୀ ପିନ୍ଧାଇଛନ୍ତି।

ଏନେଇ ତାପସ କହିଛନ୍ତି ଏକଦା ସେମାନେ ଇସ୍କନ ମନ୍ଦିର ବୁଲିବାକୁ ଯାଇଥିବା ସମୟରେ ସେଠାରେ ଇନ୍ଦ୍ରାଣୀ ଏସି ଭକ୍ତିବେଦାନ୍ତ ସ୍ବାମୀଙ୍କ ଏକ ପ୍ରତିମା ଦେଖିଥିଲେ। ଆଉ ମୃତ୍ୟୁ ପରେ ତାଙ୍କର ମଧ୍ୟ ଏଭଳି ଏକ ଜୀବନ୍ତ ପ୍ରତିମା ତିଆରି କରିବାକୁ କହିଥିଲେ ଇନ୍ଦ୍ରାଣୀ। ଇନ୍ଦ୍ରଣୀ ୨୦୨୧ ମେ ୪ ତାରିଖରେ ମୃତ୍ୟୁ ହୋଇଥିଲା। ଯାହାପରେ ତାପସ ନିଜ ପତ୍ନୀଙ୍କ ଇଚ୍ଛା ପୂରଣ କରିବାକୁ ଲାଗିପଡ଼ିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.