ନୂଆଦିଲ୍ଲୀ: କୋଲକାତା ସରକାରୀ ମେଡିକାଲ କଲେଜର ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଏବଂ ହତ୍ୟା ଘଟଣାରେ ଅଭିଯୁକ୍ତ ଦୋଷ ସ୍ବିକାର କରିଛି । ଅପରାଧୀ ସଞ୍ଜୟ ରାୟ ଡାକ୍ତରଙ୍କୁ ଦୁଷ୍କର୍ମ କରିବା ପରେ ଅମାନୁଷିକ ଭାବେ ହତ୍ୟା କରିଛି । କୋଲକାତା ପୋଲିସ ପ୍ରଥମେ ସନ୍ଦେହ କରି ତାକୁ ଅଟକ ରଖିଥିଲା । ପରେ ସଞ୍ଜୟ ରାୟକୁ ଗିରଫ କରିଛି । ଅଭିଯୁକ୍ତ ସଞ୍ଜୟ ରାୟ ପୋଲିସ କଲ୍ୟାଣ ବୋର୍ଡର ସହାୟକ ଭାବେ କାର୍ଯ୍ୟ କରୁଥିଲା ।
ପଚରାଉଚରା ବେଳେ ଅଭିଯୁକ୍ତ ସବୁ ସତ ମାନିଛି । ଅପରାଧୀ ସଞ୍ଜୟ ରାୟର ମୋବାଇଲକୁ ପୋଲିସ ଜବତ କରଛି । ସେଥିରୁ ଅଶ୍ଳୀଳ ଭିଡିଓ ମିଳିଥିବା ସୂଚନା ରହିଛି । ସେପଟେ ଦୁଷ୍କର୍ମକାରୀକୁ ଏନକାଉଣ୍ଟର କରିବାକୁ ଟିଏମସି ନେତା ଅଭିଷେକ୍ ବାନାର୍ଜୀ କହିଛନ୍ତି ।
Also Read: ଜୁନିୟର ଡାକ୍ତରଙ୍କୁ ହତ୍ୟା ଘଟଣା; ଆବାସିକ ଡାକ୍ତର ସଂଘର କାର୍ଯ୍ୟବନ୍ଦ ଆନ୍ଦୋଳନ ଡାକରା
ଅଭିଯୁକ୍ତ ସଞ୍ଜୟ ରାୟ ପୋଲିସ କଲ୍ୟାଣ ବୋର୍ଡର ସହାୟକ ଥିଲା । ତଦନ୍ତ ବେଳେ ପୋଲିସ ମେଡିକାଲ କଲେଜର ସିସିଟିଭି ଫୁଟେଜ୍ ଯାଞ୍ଚ କରିଛି । ଏଥିରେ ଭୋର୍ ପ୍ରାୟ ୪ଟା ସମୟରେ ସେ ହସ୍ପିଟାଲରୁ ବାହାରୁ ଥିବାର ଭିଡିଓ ଦେଖିବାକୁ ମିଳିଛି । ପୋଲିସ ଯାଞ୍ଚ ପରେ ଅଭିଯୁକ୍ତ ବିଚାର ବିଭାଗୀୟ ହାଜତକୁ ପଠାଇଛନ୍ତି । ସଞ୍ଜୟ ରାୟ ବିରୋଧରେ ବିଏନଏସ ଧାରା ଲାଗୁ ହୋଇଛି । ଦୁଷ୍କର୍ମ ପାଇଁ ଧାରା-୬୪ ଏବଂ ହତ୍ୟା ପାଇଁ ଧାରା ୧୦୩ରେ ମାମଲା ରୁଜୁ ହୋଇଛି ।
Also Read: ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲା; ଡାକ୍ତର ସଂଘର ହରତାଳ, OPD ବନ୍ଦ ଡାକରା
ଏହି ଦୁଷ୍କର୍ମ ମାମଲାରେ ଅଭିଯୁକ୍ତକୁ ଏନକାଉଣ୍ଟର କରିବାକୁ ପଶ୍ଚିମବଙ୍ଗ ଶାସକଦଳର ବରିଷ୍ଠ ନେତା ଅଭିଷେକ୍ ବାନାର୍ଜୀ କହିଛନ୍ତି । ହତ୍ୟାକାରୀ ବିରୋଧରେ ତୁରନ୍ତ ମାମଲା ଚଳାଇବା ସହ ସପ୍ତାହେ ମଧ୍ୟରେ ନ୍ୟାୟ ଦେବାକୁ ସଂସଦରେ ଏକ ବିଧେୟକ ପାରିତ କରିବାକୁ ଦାବି କରିଛନ୍ତି । ମହିଳା ଡାକ୍ତରଙ୍କ ହତ୍ୟାକୁ ବିଜେପି ପ୍ରଦର୍ଶନ କରିବା ସହିତ କଡ଼ା ନିନ୍ଦା କରିଛନ୍ତି ।