ଦିଲ୍ଲୀ କ୍ୟାପିଟାଲ୍ସର ବିଜୟରେ ଲାଗିଲା ବ୍ରେକ୍, ପନ୍ତଙ୍କ ଟିମ୍‌କୁ ୩ ଓ୍ଵିକେଟ୍‌ରେ ହରାଇଲା କୋଲକାତା ନାଇଟ୍ ରାଇଡର୍ସ

Published By : Prameya-News7 Bureau | September 28, 2021 IST

ସାରଜା ୨୮।୦୯: ଦିଲ୍ଲୀ କ୍ୟାପିଟାଲ୍ସର ବିଜୟ ଯାତ୍ରାରେ ଲାଗିଲା ବ୍ରେକ୍। ବୋଲରଙ୍କ ଶାଣିତ ବୋଲିଂ ଦମରେ କୋଲାକାତା ନାଇଟ୍ ରାଇଡର୍ସ ଦିଲ୍ଲୀ କ୍ୟାପିଟାଲ୍ସକୁ ୩ ଓ୍ଵିକେଟ୍‌ରେ ପରାସ୍ତ କରିଛି। ଆଇପିଏଲର ଦ୍ଵିତୀୟ ପର୍ଯ୍ୟାୟରେ କ୍ରମାଗତ ୪ଟି ମ୍ୟାଚ୍ ଜିତି ପଏଣ୍ଟ ଟେବୁଲର ଦ୍ଵିତୀୟରେ ଥିବା ଦିଲ୍ଲୀକୁ ଶେଷରେ ପରାଜୟର ସ୍ଵାଦ ଚାଖିବାକୁ ପଡିଛି। ଅନ୍ୟପଟେ ୧୧ଟି ମ୍ୟାଚରୁ ପଞ୍ଚମ ବିଜୟ  ହାସଲ କରି ନିଜର ଚତୁର୍ଥ ସ୍ଥାନକୁ ମଜବୁତ କରିଛି କୋଲକାତା ନାଇଟ୍ ରାଇଡର୍ସ। ପ୍ରଥମେ ବ୍ୟାଟିଂ କରିଥିବା ଦିଲ୍ଲୀ କ୍ୟାପିଟାଲ୍ସ କୋଲକାତାର  ଶାଣିତ ବୋଲିଂର ମୁକାବିଲା  କରିନପାରି ନିର୍ଦ୍ଧାରିତ ଓଭରରେ ୯ ଓ୍ଵିକେଟ୍ ହରାଇ ୧୨୭ ରନ କରିଥିଲା। ଦିଲ୍ଲୀ ପକ୍ଷରୁ ଷ୍ଟିଭ୍ ସ୍ମିଥ୍ ଓ ଋଷଭ ପନ୍ତ ପ୍ରତ୍ୟେକ ୩୯ ରନ ଲେଖାଏଁ କରିଥିଲେ। ଜବାବରେ ନୀତିଶ ରାଣାଙ୍କ ଅପରାଜିତ ୩୬ ବଳରେ ୧୮.୨ ଓଭରରେ କେକେଆର ବିଜୟ ଲକ୍ଷ୍ୟ ହାସଲ କରିଛି। ହେଲେ ଦଳ ଏହି ଛାେଟ ବିଜୟ ଲକ୍ଷ୍ୟ ପିଛା କରିବା ବେଳେ ସାତ ଓ୍ଵିକେଟ୍ ହରାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.