ସୁପର ସନଡେ’ରେ ମହା ଲଢ଼େଇ, କେକେଆର୍-ଆରସିବି ଓ ପଞ୍ଜାବ-ଗୁଜରାଟ ମଧ୍ୟରେ ଟକ୍କର

Published By : Prameya-News7 Bureau | April 21, 2024 IST

କୋଲକାତା: ଆଇପିଏଲରେ ବଢୁଛି ମ୍ୟାଚ୍ ସଂଖ୍ୟା ବଢ଼ୁଛି ରୋମାଞ୍ଚ। ଶନିବାର ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସକୁ ୬୭ ରନରେ ପରାସ୍ତ କରିଛି ସନରାଜର୍ସ ହାଇଦ୍ରାବାଦ । ତେବେ ରବିବାର ସୁପର ସନଡେ’ ଦୁଇଟି ଗୁରୁତ୍ବପୂର୍ଣ୍ଣ ମ୍ୟାଚ୍ ଖେଳାଯିବ । ପ୍ରଥମ ମ୍ୟଚ୍ ଅପରାହ୍ଣ ସାଢେ ୩ଟାରେ ଇଡେନ୍ ଗାର୍ଡେନ୍ସରେ କୋଲକାତା ନାଇଟ୍ ରାଇଡର୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ଖେଳାଯିବ । ସେହିପରି ଦ୍ବିତୀୟ ମ୍ୟାଚ୍ ସଂଧ୍ୟା ସାଢେ ୭ଟାରେ ଚଣ୍ଡିଗଡ଼ କ୍ରିକେଟ୍ ଷ୍ଟାଡିୟମରେ ପଞ୍ଜାବ କିଙ୍ଗ୍ସ ଓ ଗୁଜରାଟ ଟାଇଟନ୍ସ ମୁହାଁମୁହିଁ ହେବେ । 

ସୁପର ସନଡେ’ରେ ପ୍ରଥମ ମ୍ୟାଚ୍ କୋଲକାତାର ଐତିହାସିକ ଇଡେନ ଗାର୍ଡେନ୍ସ ଷ୍ଟାଡିୟମରେ ଖେଳାଯିବ । ମୁହାଁମୁହିଁ ହେବେ କୋଲକାତା ନାଇଟ୍ ରାଇଡର୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ । ଉଭୟ ଦଳକୁ ଦେଖିଲେ, କେକେଆର ଆଇପିଏଲରେ ଏ ପର୍ଯ୍ୟନ୍ତ ୬ଟି ମ୍ୟାଚ୍ ଖେଳିଛି । ଏଥିରୁ ୪ଟିରେ ବଜୟୀ ହୋଇଛି । ସେହିପରି ଆରସିବି ପଏଣ୍ଟ ଟେବୁଲର ଶେଷ ସ୍ଥାନରେ ରହିଛି । ଦଳ ମୋଟ୍ ୭ଟି ମ୍ୟାଚ୍ ଖେଳି ମାତ୍ର ଗୋଟିଏ ମ୍ୟାଚରେ ବିଜୟର ସ୍ବାଦ ଚାଖିଛି । ଆଜିର ମ୍ୟାଚ ଆରସିବି ପାଇଁ ବେଶ୍ ଗୁରୁତ୍ବପୂର୍ଣ୍ଣ । ପ୍ଲେ ଅଫ୍ ସ୍ଥାନ ବଜାୟ ରଖିବାକୁ ହେଲେ ଦଳକୁ ପରବର୍ତ୍ତୀ ସମସ୍ତ ମ୍ୟାଚ୍ ଜିତିବାକୁ ହେବ । ସେପଟେ କୋଲକାତା ନାଇଟ୍ ରାଇଡର୍ସ ରନ ରେଟ୍ ଭଲ ରହିଥିବାରୁ ଦଳ ଆଜିର ମ୍ୟାଚକୁ ଜିତି ଦ୍ବିତୀୟ ସ୍ଥାନକୁ ଉଠିବାକୁ ଚେଷ୍ଟା କରିବ । ଉଭୟ ଦଳ ଆଇପିଏଲରେ ଏପର୍ଯ୍ୟନ୍ତ ୩୩ଟି ମ୍ୟାଚ୍ ଖେଳିଛନ୍ତି । ସେଥିରୁ କେକେଆର୍ ୧୯ଟି ବିଜୟୀ ହୋଇଥିବା ବେଳେ ଆରସିବି ୧୪ଟି ମ୍ୟାଚରେ ଜିତିଛି । 

ସଂଧ୍ୟାରେ ସାଢ଼େ ୭ଟାରେ ଆଉ ଏକ ହାଇଭୋଲଟେଜ୍ ଗେମ୍ ଦେଖିବାକୁ ମିଳିଛି । ଚଣ୍ଡିଗଡ଼ ଇଣ୍ଟର ନ୍ୟାସନାଲ କ୍ରିକେଟ୍ ଷ୍ଟାଡିୟମରେ ଆଇପିଏଲର ୩୭ତମ ମ୍ୟାଚ୍ ଖେଳିଯିବ । ଘରୋଇ ଗ୍ରାଉଣ୍ଡରେ ଗୁଜରାଟ ଟାଇଟନ୍ସକୁ ଭେଟିବ ପଞ୍ଜାବ କିଙ୍ଗ୍ସ । ଉଭୟ ଟିମ୍ ପାଇଁ ଆଜିର ମ୍ୟାଚ୍ ବେଶ୍ ଗୁରୁତ୍ବପୂର୍ଣ୍ଣ । ପଞ୍ଜାବ କିଙ୍ଗସ୍ ବର୍ତ୍ତମାନ ସୁଦ୍ଧା ୭ଟି ମ୍ୟାଚ୍ ଖେଳି ମାତ୍ର ୨ଟିରେ ବିଜୟୀ ହୋଇଛି । ଏହା ସହିତ ପଏଣ୍ଟ ଟେବୁଲର ୯ନମ୍ବର ସ୍ଥାନରେ ରହିଛି । ସେପଟେ ଗୁଜରାଟ ଟାଇଟନ୍ସ ମୋଟ୍ ୭ଟି ମ୍ୟାଚ ଖେଳି  ୩ଟି ଜିତିଛି । ଫଳରେ ଦଳ ପଏଣ୍ଟ ଟେବୁଲରେ ପଞ୍ଜାବ କିଙ୍ଗସ୍ ଠାରୁ ଗୋଟିଏ ସ୍ଥାନ ଉପରେ ରହିଛି । ଆଇପିଏଲରେ ପଞ୍ଜାବ କିଙ୍ଗ୍ସ ଓ ଗୁଜରାଟ ଟାଇଟନ୍ସ ମୋଟ୍ ୪ଥର ମୁହାଁମୁହିଁ ହୋଇଛନ୍ତି । ଉଭୟ ଦଳ ଦୁଇ ଦୁଇ ଥର ବିଜୟୀ ହୋଇଛନ୍ତି । ତେଣୁ ଆଜି ସଂଧ୍ୟାରେ ଏକ ରୋମାଞ୍ଚକର ମ୍ୟାଚ୍ ଦେଖିବାକୁ ମିଳିବ । 

 

  • IPL
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.