IPL 2024 : କୋଲକାତାରେ KKR-RR ମୁକାବିଲା, ଇଡେନ୍‌ରେ ହେବ ରନ୍‌ ବର୍ଷା

Published By : Prameya-News7 Bureau | April 16, 2024 IST

କୋଲକାତା ୧୬।୦୪ : ଆଇପିଏଲ୍‌ର ୧୭ ତମ ସଂସ୍କରଣ । ମଙ୍ଗଳବାର ମୁହାଁମୁହିଁ ହେବେ କୋଲକାତା ନାଇଟ ରାଇଡର୍ସ ଏବଂ ରାଜସ୍ଥାନ ରୟାଲ୍ସ । କୋଲକାତାର ଇଡେନ୍‌ ଗାର୍ଡେନରେ ଖେଳାଯିବ ଏହି ୨୦ ତମ ମ୍ୟାଚ । ରାତି ୭ଟା ୩୦ ମିନିଟରେ ମୁହାଁମୁହିଁ ହେବେ ଦୁଇ ଟିମ୍‌ । 

ବର୍ତ୍ତମାନ ଯାଏଁ କୋଲକାତା ନାଇଟ ରାଇଡର୍ସ ୫ଟି ମୁକାବିଲା ଖେଳିସାରିଛି । ଯେଉଁଥିରେ ୫ଟି ମୁକାବିଲାରେ ବିଜୟୀ ହୋଇଥିବା ବେଳେ ଗୋଟିଏର ପରାସ୍ତ ହୋଇଛି । ମୋଟ ୮ ଅଙ୍କ ସହ ପଏଣ୍ଟ ଟେବୁଲରେ ୨ୟ ସ୍ଥାନରେ ରହିଛି କୋଲକାତା ନାଇଟ୍‌ ରାଇଡର୍ସ ଟିମ୍‌ । ଦଳ ଉଭୟ ବ୍ୟାଟିଂ ଏବଂ ବୋଲିଂରେ ଜବରଦସ୍ତ ଫର୍ମରେ ରହିଛି । ତେଣୁ କୌଣସି ବି ବିରୋଧୀ ଟିମ୍‌କୁ ଚକ୍‌ମା ଦେବାରେ କୋଲକାତା ଟିମ୍‌ ମାହିର । ତେଣୁ ଆଜିର ମ୍ୟାଚ୍‌ରେ ଜବରଦସ୍ତ ହେବ ବୋଲି ଆଶା କରାଯାଉଛି । ବ୍ୟାଟିଂ ଲାଇନ୍‌ଅପ୍‌ର ଟପ୍‌ ଅର୍ଡର ଏବେ ଟପ୍‌ ଫର୍ମରେ ଅଛନ୍ତି । ତେଣୁ ରାଜସ୍ଥାନ ବୋଲର ପାଇଁ କାଠିକର ପାଠ ହେବ ବୋଲି ଆଶା କରାଯାଉଛି । 

ସେହିପରି ରାଜସ୍ଥାନ ରୟାଲ୍ସ ମଧ୍ୟ ଜବରଦସ୍ତ ଫର୍ମରେ ରହିଛି । ଦଳ ମୋଟ ୬ଟି ମୁକାବିଲା ଖେଳି ୫ଟିରେ ବିଜୟୀ ହୋଇଥିବା ବେଳେ ଗୋଟିଏରେ ପରାସ୍ତ ହୋଇଛି । ମୋଟ ୧୦ ଅଙ୍କ ସହ ପଏଣ୍ଟ ଟେବୁଲ୍‌ର ପ୍ରଥମ ସ୍ଥାନରେ ରହିଛି ରାଜସ୍ଥାନ । ଦଳ ଉଭୟ ବ୍ୟାଟିଂ ଏବଂ ବୋଲିଂରେ ଶାଣିତ ପ୍ରଦର୍ଶନ ଜାରି ରଖିଆସିଛି । କୋଲକାତା ଟିମ୍‌କୁ ମାତ୍‌ ଦେବାରେ ରାଜସ୍ଥାନ ପୁରା ସକ୍ଷମ ରହିଛି । ତେଣୁ ଆଜିର ମ୍ୟାଚ୍‌ ଜବରଦସ୍ତ ହେବ ବୋଲି ଆଶା କରାଯାଉଛି । 

ସୂଚନାଯୋଗ୍ୟ ଯେ, ରାଜସ୍ଥାନ ଟିମ୍‌ ୬ ମ୍ୟାଚ୍‌ ଖେଳି ୫ରେ ବିଜୟ ସହ ୧୦ ପଏଣ୍ଟ ପାଇଁ ଟପ୍‌ରେ ରହିଛି । ଏହାପଛକୁ ରହିଛି କୋଲକାତା ନାଇଟ ରାଇଡର୍ସ । ୫ଟି ମ୍ୟାଚ୍‌ରେ ୪ଟି ବିଜୟ ପାଇଁ ୮ ପଏଣ୍ଟ ସହ ୨ୟ ସ୍ଥାନରେ ରହିଛି କୋଲକାତା । ତୃତୀୟ ସ୍ଥାନରେ ରହିଛି କୋଲକାତା ନାଇଟ୍‌ ରାଇଡର୍ସ । ଟିମ୍‌ ମୋଟ ୬ଟି ମ୍ୟାଚ୍‌ରେ ୪ଟି ବିଜୟ ସହ ୮ ପଏଣ୍ଟ ପାଇ ଥାର୍ଡ ସ୍ଥାନରେ ରହିଛି । ସେହିପରି ସନରାଇଜର୍ସ ହାଇଦ୍ରାବାଦ୍‌ ଟିମ୍‌ ୪ର୍ଥ ସ୍ଥାନରେ ରହିଛି । ଦଳ ୬ଟି ମ୍ୟାଚ୍‌ ଖେଳି ୪ଟି ବିଜୟ ସହ ୮ ପଏଣ୍ଟ ପାଇ ଚତୁର୍ଥ ସ୍ଥାନରେ ରହିଛି ହାଇଦ୍ରାବାଦ୍‌ । 

 

  • BCCI
  • IPL
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.