କୋଲକାତା ୧୪।୦୪ : ଆଇପିଏଲ୍ର ୧୭ ତମ ସଂସ୍କରଣ । ରବିବାର ଟୁର୍ଣ୍ଣାମେଣ୍ଟରେ ଦୁଇଟି ମ୍ୟାଚ୍ ଖେଳାଯିବ । କୋଲକାତାର ଇଡେନ ଗାର୍ଡେନ୍ରେ ଖେଳାଯିବାକୁ ଥିବା ପ୍ରଥମ ମ୍ୟାଚ୍ରେ ମୁହାଁମୁହିଁ ହେବେ କୋଲକାତା ନାଇଟ୍ ରାଇଡର୍ସ ଏବଂ ଲକ୍ଷ୍ନୌ ସୁପର ଜାଏଣ୍ଟସ । ବାକି ୨ୟ ମ୍ୟାଚ୍ରେ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଚେନ୍ନାଇ ସୁପର କିଙ୍ଗସ ମଧ୍ୟରେ ଖେଳାଯିବ ।
ବର୍ତ୍ତମାନ ଯାଏଁ କୋଲକାତା ନାଇଟ୍ ରାଇଡର୍ସ ୪ଟି ମୁକାବିଲା ଖେଳିସାରିଛି । ଯେଉଁଥିରେ ୩ଟି ମୁକାବିଲାରେ ବିଜୟୀ ହୋଇଥିବା ବେଳେ ଗୋଟିଏ ମ୍ୟାଚ୍ରେ ପରାଜୟର ସାମ୍ନା କରିବାକୁ ପଡିଛି । ମୋଟ ୬ ଅଙ୍କ ସହ ପଏଣ୍ଟ ଟେବୁଲ୍ରେ ୨ୟ ସ୍ଥାନରେ ରହିଛି । କୋଲକାତା ଟିମ୍ ଉଭୟ ବ୍ୟାଟିଂ ଏବଂ ବୋଲିଂରେ ଜବରଦସ୍ତ ଫର୍ମ ରହିଛି । ଖାସ୍ କରି ଅନ୍ୟ ଦଳ ଅପେକ୍ଷା କୋଲକାତାର ବ୍ୟାଟିଂ ଲାଇନ୍ ଅପ ଜବରଦସ୍ତ ରହିଛି ।
ଅନ୍ୟପଟେ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ବର୍ତ୍ତମାନ ଯାଏଁ ୫ଟି ମୁକାବିଲା ଖେଳିସାରିଛି । ଯେଉଁଥିରେ ୩ଟି ମୁକାବିଲାରେ ବିଜୟୀ ହୋଇଥିବା ବେଳେ ଦୁଇଟିରେ ପରାଜୟର ସାମ୍ନା କରିବାକୁ ପଡିଛି । ମୋଟ ୬ ଅଙ୍କ ସହ ପଏଣ୍ଟ ଟେବୁଲ୍ରେ ୪ର୍ଥ ସ୍ଥାନରେ ରହିଛି । ଚଳିତ ଟୁର୍ଣ୍ଣାମେଣ୍ଟରେ ଦଳ ଏବେ ଯାଏଁ ଭଲ ସନ୍ତୁଳିତ ପ୍ରଦର୍ଶନ କରିଆସୁଛି । ତେଣୁ ଆଜିର ମ୍ୟାଚ୍ରେ କୋଲକାତାକୁ କଡ଼ା ଟକ୍କର ଦେଇପାରେ ଲକ୍ଷ୍ନୌ ଟିମ୍ ।
ସେହିପରି ଅନ୍ୟପଟେ ରାତି ୮ଟାରେ ଖେଳାଯିବାକୁ ଥିବା ୨ୟ ମ୍ୟାଚ୍ରେ ମୁହାଁମୁହିଁ ହେବେ ଚେନ୍ନାଇ ସୁପର କିଙ୍ଗସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ । ମୁମ୍ବାଇର ଓ୍ୱାଙ୍ଖଡେ ଷ୍ଟାଡିୟମ୍ରେ ଖେଳାଯିବ ଏହି ମ୍ୟାଚ୍ । ମୁମ୍ବାଇ ଇଣ୍ଡିଆନ୍ସ ବର୍ତ୍ତମାନ ଯାଏଁ ୫ଟି ମୁକାବିଲା ଖେଳିସାରିଛି । ଯେଉଁଥିରେ ପ୍ରଥମ ତିନୋଟି ମ୍ୟାଚ୍ରେ ପରାସ୍ତ ହୋଇଥିବା ବେଳେ ଶେଷ ଦୁଇଟି ମୁକାବିଲାରେ ବିଜୟୀ ହୋଇଛି ।ତେବେ ପୂର୍ବ ଫର୍ମକୁ ଦେଖିଲେ ମୁମ୍ବାଇ ଇଣ୍ଡିଆନ୍ସ ଏବେ ଫର୍ମକୁ ଫେରିଛି । ତେଣୁ ଏହା ବିରୋଧୀ ଦଳ ପାଇଁ ଟେନ୍ସନ୍ର କାରଣ ହୋଇପାରେ । ପଏଣ୍ଟ ଟେବୁଲ୍ରେ ୭ମ ସ୍ଥାନରେ ରହିଛି ମୁମ୍ବାଇ ।
ସେହିପରି ଚେନ୍ନାଇ ଟିମ୍ ମଧ୍ୟ ସନ୍ତୁଳିତ ଦଳ ଭାବେ ଚଳିତ ଟୁର୍ଣ୍ଣାମେଣ୍ଟରେ ସନ୍ତୁଳିତ ପ୍ରଦର୍ଶନ କରିଆସିଛି । ଏବେ ଯାଏଁ ମୋଟ ୫ଟି ମୁକାବିଲା ଖେଳି ୩ଟିରେ ବିଜୟୀ ହୋଇଛି । ବାକି ଦୁଇଟିରେ ପରାସ୍ତ ହୋଇଛି ଟିମ୍ । ମୋଟ ୬ ଅଙ୍କ ସହ ପଏଣ୍ଟ ଟେବୁଲ୍ ତୃତୀୟ ସ୍ଥାନରେ ରହିଛି ଚେନ୍ନାଇ ସୁପର କିଙ୍ଗସ୍ ।