କୋଲକାତା: ଇଡେନ ଗାର୍ଡେନରେ ଗର୍ଜିଲା ସୁନିଲ ନାରିନଙ୍କ ବ୍ୟାଟ୍। ଚଳିତ ଆଇପିଏଲ୍ରେ ତୃତୀୟ ବ୍ୟାଟର ଭାବେ ହାସଲ କରିଛନ୍ତି ଶତକ। ତାଙ୍କର ୫୬ ବଲ୍ରୁ ୧୦୯ ରନର ଶତକୀୟ ଇନିଂସ ବଳରେ ଘରୋଇ ମଇଦାନରେ କୋଲକାତା ନାଇଟ୍ ରାଇଡର୍ସ ୬ ଓ୍ଵିକେଟ୍ ହରାଇ ୨୨୩ ରନର ବିଶାଳ ସ୍କୋର କରିଛି। ରାଜସ୍ଥାନ ରୟାଲ୍ସ ସମ୍ମୁଖରେ ରହିଛି ୨୨୪ ରନର ବିଜୟ ଲକ୍ଷ୍ୟ। ନାରିନଙ୍କ ବ୍ୟତୀତ ଅଙ୍ଗକ୍ରିଷ ରଘୁବଂଶୀ ୩୦ ରନ କରିଥିବା ବେଳ ରିଙ୍କୁ ସିଂ ୨୦ ରନ କରି ଅପରାଜିତ ଥିଲେ। ବୋଲିଂରେ ରାଜସ୍ଥାନ ପକ୍ଷରୁ ଅଭେଶ ଖାନ ଓ କୁଲଦୀପ ସେନ ପ୍ରତ୍ୟେକ ଦୁଇଟି ଲେଖାଏଁ ଓ୍ଵିକେଟ୍ ନେଇଛନ୍ତି। ଚଳିତ ସଂସ୍କରଣରେ ଦମଦାର ପ୍ରଦର୍ଶନ କରି ରାଜସ୍ଥାନ ଶୀର୍ଷରେ ଥିବା ବେଳେ କୋଲକାତା ଦ୍ଵିତୀୟ ସ୍ଥାନରେ ରହିଛି। ଉଭୟ ଦଳ କେବଳ ଗୋଟିଏ ଲେଖାଏଁ ମ୍ୟାଚ୍ରେ ପରାଜିତ ହୋଇଛନ୍ତି।
୯ ମାସ ପରେ ବରିଷ୍ଠ ନେତାଙ୍କ ଘର ବାହୁଡା, କହିଲେ ମନ୍ଦ...
