IPL 2023 : ସନ୍ଧ୍ୟାରେ କୋଲକାତା-ଚେନ୍ନାଇ ମୁକାବିଲା, ଜିତିଲେ ପ୍ଲେ ଅଫ୍‌ରେ ଧୋନୀ ବାହିନୀ

Published By : Prameya-News7 Bureau | May 14, 2023 IST

ଚେନ୍ନାଇ, ୧୪/୦୫: ଚଳିତ ଆଇପିଏଲ ୬୧ତମ ଲିଗ୍‌ ମୁକାବିଲାରେ ରବିବାର କୋଲକାତା ନାଇଟ୍‌ ରାଇଡର୍ସ ଓ ଚେନ୍ନାଇ ସୁପରକିଙ୍ଗ୍‌ସ ପରସ୍ପରକୁ ଭେଟିବେ। ଘରୋଇ ସମର୍ଥକଙ୍କ ଗହଣରେ ଖେଳିବାକୁ ଯାଉଥିବା ସୁପରକିଙ୍ଗ୍‌ସ ଏହି ମ୍ୟାଚ ଜିତି ପଏଣ୍ଟ ତାଲିକାର ଶୀର୍ଷ ସ୍ଥାନ ଦଖଲ କରିବାକୁ ପ୍ରୟାସ କରିବ । ନାଇଟ ରାଇଡର୍ସ ପାଇଁ ମ୍ୟାଚ୍‌ଟି ‘କର ବା ମର’ ପରିସ୍ଥିତି ସୃଷ୍ଟି କରିଛି । ୧୨ଟି ମ୍ୟାଚ୍‌ ଖେଳି ୧୦ ପଏଣ୍ଟ ହାସଲ କରିଥିବା ନାଇଟ ରାଇଡର୍ସ ପାଇଁ ପ୍ଲେ-ଅଫ୍‌ରେ ପ୍ରବେଶ କରିବାକୁ ହେଲେ ଶେଷ ୨ଟି ଯାକ ମ୍ୟାଚକୁ ବଡ଼ ବ୍ୟବଧାନରେ ଜିତିବାକୁ ପଡ଼ିବ ।

ଗତ ୨୩ ତାରିଖରେ ଉଭୟ ଦଳ ପରସ୍ପରକୁ ଭେଟିଥିଲେ । ସୁପରକିଙ୍ଗ୍‌ସ ୪୯ ରନ୍‌ରେ ଉକ୍ତ ମ୍ୟାଚ୍‌ ଜିତିଥିଲା । ଏଥର ନାଇଟ୍‌ ରାଇଡର୍ସ ପ୍ରତିଶୋଧ ନେବାକୁ ପ୍ରସ୍ତୁତ । ପୂର୍ବ ରେକର୍ଡକୁ ଦେଖିଲେ ସୁପରକିଙ୍ଗ୍‌ସର ପଲା ଭାରି । ଉଭୟ ଦଳ ମଧ୍ୟରେ ୨୮ଟି ମ୍ୟାଚ୍‌ ଖେଳାଯାଇଛି । ଏଥିରୁ ସୁପରକିଙ୍ଗ୍‌ସ ୧୮ଟି ମ୍ୟାଚ୍‌ ଜିତିଥିବାବେଳେ ନାଇଟ୍‌ ରାଇଡର୍ସ ୯ଟି ମ୍ୟାଚ୍‌ରେ ବିଜୟୀ ହୋଇଛି । ଗୋଟିଏ ମ୍ୟାଚ୍‌ ବର୍ଷା ଯୋଗୁ ବାତିଲ ହୋଇଥିଲା । ଗତ ସିଜନରେ ଉଭୟ ଦଳ ମଧ୍ୟରେ ଥରେ ଭେଟ ହୋଇଥିଲା ଓ ନାଇଟ ରାଇଡର୍ସ ଏହି ମ୍ୟାଚ୍‌ ଜିତିଥିଲା ।

ଟସ୍‌ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରୁଥିଲେ ହେଁ ସୁପରକିଙ୍ଗ୍‌ସକୁ ହରାଇବା ପାଇଁ ନାଇଟ ରାଇଡର୍ସ ନିକଟରେ ଯଥେଷ୍ଟ ଶକ୍ତି ରହିଛି । ବ୍ୟାଟିଂ ବିଫଳତା ଯୋଗୁ ଦଳକୁ ପରାଜୟର ସାମ୍ନା କରିବାକୁ ପଡ଼ୁଛି । ଓପନରଙ୍କ ସମେତ ନିତିଶ ରାଣା ସଫଳ ହେଲେ ନାଇଟ ରାଇଡର୍ସର ବିଜୟ ସହଜ ହୋଇପାରିବ ।

ସୁପରକିଙ୍ଗ୍‌ସ ଏକାଦଶରେ ପରିବର୍ତ୍ତନ କରିବା ସମ୍ଭାବନା ନାହିଁ । ବେନ ଷ୍ଟୋକ୍ସ ଫିଟ୍‌ ହୋଇ ଅଭ୍ୟାସ ଜାରି ରଖିଥିଲେ ହେଁ ତାଙ୍କୁ ତରବରିଆ ଭାବେ ଖେଳାଇବାକୁ ସୁପରକିଙ୍ଗ୍‌ସ ବ୍ୟସ୍ତ ନୁହେଁ ।

wp:heading

ସମ୍ଭାବ୍ୟ ଦଳ:

/wp:heading

ସୁପର କିଙ୍ଗ୍‌ସ: ଡେଭନ କନୱେ, ଋତୁରାଜ ଗାଏକୱାଡ୍‌, ଅଜିଙ୍କ୍ୟ ରାହାଣେ, ମୋଇନ ଅଲି, ଶିବମ ଦୁବେ, ଅମ୍ବାତି ରାୟୁଡୁ, ରବିନ୍ଦ୍ର ଜାଡେଜା, ମହେନ୍ଦ୍ର ସିଂ ଧୋନି(ଅଧିନାୟକ), ମଥିଶା ପତିରଣା, ତୁଷାର ଦେଶପାଣ୍ଡେ, ମହୀଶ ତୀକ୍ଷଣା ।

ନାଇଟ ରାଇଡର୍ସ: ଜାସନ ରୟ, ରହମନୁଲ୍ଲା ଗୁରବାଜ, ଭେଙ୍କଟେଶ ଆୟର, ନିତିଶ ରାଣା(ଅଧିନାୟକ), ଆନ୍ଦ୍ରେ ରସେଲ, ରିଙ୍କୁ ସିଂ, ସୁନିଲ ନାରାଏନ, ସର୍ଦୁଲ ଠାକୁର, ବୈଭବ ଆରୋରା, ହର୍ଷିତ ରାଣା, ବରୁଣ ଚକ୍ରବର୍ତ୍ତୀ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.